ଓଡିଶା

odisha

ETV Bharat / city

ଶିଶୁ ବିଧାନସଭା ଆୟୋଜିତ କରିବ OSCPCR - ସ୍କୁଲରେ ବୁଲିବ ସଚେତନତା ରଥ

ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗର ପ୍ରତିଷ୍ଠା ଦିବସ ଅବସରରେ ଚଳିତ ମାସ ୧ ତାରିଖରୁ ୪୦ ଦିନିଆ ରାଜ୍ୟସ୍ତରୀୟ ଏକ ଶିଶୁ ବିଧାନସଭାର ଆୟୋଜନ ହେବ । ଅଧିକ ପଢନ୍ତୁ...

ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ
ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସଂଧ୍ୟାବତୀ ପ୍ରଧାନ

By

Published : Nov 5, 2021, 12:29 PM IST

ଭୁବନେଶ୍ବର:ଶିଶୁମାନଙ୍କ ଦକ୍ଷତାକୁ ଦ୍ବିଗୁଣିତ କରିବାରୁ ଉଦ୍ୟମ ଆରମ୍ଭ କରିଛି ଓଏସପିସିଆର । ସେମାନଙ୍କୁ ଅଧିକରୁ ଅଧିକ ସଚେତନ କରିବାକୁ ଏଣିକି ସ୍କୁଲରେ ବୁଲିବ ସଚେତନତା ରଥ । ରାଜ୍ୟରେ ସମସ୍ତ ବିଦ୍ୟାଳୟ ଖୋଲିବା ପରେ ଆରମ୍ଭ ହେବ ସଚେତନତା ଓ ସୁରକ୍ଷା ଅଭିଯାନ । ଓଡିଶା ଶିଶୁ ଅଧିକାର ସୁରକ୍ଷା ଆୟୋଗର (Odisha State Commission For Protection Of Child Rights) ପ୍ରତିଷ୍ଠା ଦିବସ ଅବସରରେ ଚଳିତ ମାସ ୧ ତାରିଖରୁ ୪୦ ଦିନିଆ ରାଜ୍ୟ ସ୍ତରୀୟ ଏକ ଶିଶୁ ବିଧାନସଭାର ଆୟୋଜନ ହେବ ।

ରାଜ୍ୟର ସମସ୍ତ ଜିଲ୍ଲାରେ ବୁଲି ବୁଲି ଶିଶୁ ମାନଙ୍କ ସୁରକ୍ଷା ଓ ସଚେତନତା ଦିଗରେ ବାର୍ତ୍ତା ଦିଆଯିବ। ଏହା ସହ ରାଜଧାନୀରେ ରାଜ୍ୟ ସ୍ତରୀୟ ଏକ ଚାଇଲ୍ଡ ଆସେମ୍ବଲି ବା ଶିଶୁ ବିଧାନସଭା କାର୍ଯ୍ୟକ୍ରମ ଆୟୋଜନ କରାଯିବ। ଏଥିରେ ସାରା ରାଜ୍ୟରୁ ଶିଶୁମାନଙ୍କୁ ସାମିଲ କରାଯିବ । ସେମାନଙ୍କ ଦକ୍ଷତା ଓ ମାନସିକତା ପରଖିବ ଆୟୋଗ। ଏ ନେଇ ବିଧାୟକମାନଙ୍କୁ ନେଇ ମଧ୍ୟ ଏକ ପରାମର୍ଶଦାତା ବୈଠକ ଆୟୋଜନ କରାଯିବ।

ଡିସେମ୍ବର ୧୦ ତାରିଖରେ ୪୦ ଦିନିଆ ଅଭିଯାନ ଶେଷ ହେବ । ଏହା ପୂର୍ବରୁ ସମସ୍ତ କାର୍ଯ୍ୟକ୍ରମ ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଥିବା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଅଧ୍ୟକ୍ଷା ସୁଶ୍ରୀ ସଂନ୍ଧ୍ୟାବତୀ ପ୍ରଧାନ କହିଛନ୍ତି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

ABOUT THE AUTHOR

...view details