ଓଡିଶା

odisha

ETV Bharat / city

Odisha cabinet: ସଂପ୍ରସାରିତ ହେବ ମିଲେଟ ମିଶନ, ୪ ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ - ୪ ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି । ବୈଠକରେ ମୋଟ ୧୭ ଟି ପ୍ରସ୍ତାବକୁ ମଞ୍ଜୁର ମିଳିଛି । ଅଧିକ ପଢନ୍ତୁ

Etv Bharat
Etv Bharat

By

Published : Aug 12, 2022, 8:51 PM IST

Updated : Aug 12, 2022, 9:17 PM IST

ଭୁବନେଶ୍ବର: ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିଥିବା ରାଜ୍ୟ କ୍ୟାବିନେଟ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି । ରାଜ୍ୟର 17 ଟି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବରେ ମୋହର ମାରିଛି କ୍ୟାବିନେଟ । ମିଶନ ଶକ୍ତି, ପାନୀୟ ଜଳ, ଜଳସେଚନ, ଶିଳ୍ପ ବିଭାଗର ପ୍ରସ୍ତାବକୁ ମଞ୍ଜୁରୀ ଦେଇଛି କ୍ୟାବିନେଟ । ଏନେଇ ସୂଚନା ଦେଇଛନ୍ତି ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ।

ସଂପ୍ରସାରିତ ହେବ ମିଲେଟ ମିଶନ, ୪ ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ

ସଂପ୍ରସାରିତ ହେବ ମିଲେଟ ମିଶନ । ମିଲେଟ ମିଶନ ପାଇଁ ସ୍ୱତନ୍ତ୍ର କାର୍ଯ୍ୟକ୍ରମକୁ ବୈଠକରେ ମଂଜୁରୀ ମିଳିଛି । ଏହି ଯୋଜନା ଆହୁରି 6 ବର୍ଷ ଲାଗି ସମ୍ପ୍ରସାରିତ କରାଯାଇଛି । ଏଥିପାଇଁ 2808 କୋଟି ଟଙ୍କା ଖର୍ଚ୍ଚ କରାଯିବ । 19 ଟି ଜିଲ୍ଲାର 142 ବ୍ଲକରେ ଏହା କାର୍ଯ୍ୟକାରୀ କରାଯିବ । ଆଦିବାସୀ ଅଧ୍ୟୁଷିତ ଅଞ୍ଚଳବାସୀ ଓ କ୍ଷୁଦ୍ର ଏବଂ ନାମକୁ ମାତ୍ର ଚାଷୀ ମିଲେଟ ମିଶନ ଦ୍ୱାରା ଉପକୃତ ହେବ । ଜିଲ୍ଲା ଯୋଜନା କମିଟି ଆଇନ 1998 ର ସଂଶୋଧନ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁର କରିଛି । ରାଜ୍ୟ ରାଜସ୍ବ ସେବା କ୍ୟାଡର ସଂଖ୍ୟା ବୃଦ୍ଧିକୁ କ୍ୟାବିନେଟ ମୋହର ମାରିଛି ।

4 ଜିଲ୍ଲାରେ ବାତ୍ୟା ନିରୋଧୀ ଲୁଣାବନ୍ଧ ଓ ସୁନ୍ଦରଗଡ଼ ଜିଲ୍ଲାରେ କୋଏଲ ନଦୀରେ ଇନଷ୍ଟ୍ରିମ ବ୍ୟାରେଜକୁ ମଂଜୁରୀ ମିଳିଛି । ସେହିପରି କ୍ୟାବିନେଟ୍ ବୈଠକରେ ଏକାଧିକ ଗ୍ରାମ୍ୟ ପାନୀୟ ଜଳ ପ୍ରକଳ୍ପକୁ ଅନୁମୋଦନ ମିଳିଛି । କାମାକ୍ଷାନଗର, ପରଜଙ୍ଗ, କଙ୍କଡ଼ାହାଡ଼, ପଟ୍ଟାମୁଣ୍ଡାଇ, ରାଜନଗର, ଗରଦପୁର, ବାଲେଶ୍ୱର, ରେମୁଣାରେ ପାନୀୟ ଜଳ ପ୍ରକଳ୍ପକୁ ମଂଜୁରୀ ମିଳିଛି । ଓଏମସି ସହ କଳିଙ୍ଗ ଆଇରନ ୱାର୍କ୍ସ ଓ ଫେରୋକ୍ରମର ମିଶ୍ରଣକୁ ମଧ୍ୟ ବୈଠକରେ ଅନୁମୋଦନ ମିଳିଛି ।

ଇଟିଭି ଭାରତ, ଭୁବନେଶ୍ବର

Last Updated : Aug 12, 2022, 9:17 PM IST

ABOUT THE AUTHOR

...view details