ଓଡିଶା

odisha

ETV Bharat / city

ଦୁର୍ନୀତିଗ୍ରସ୍ତ ସରକାରୀ ଅଫିସର ତାଲିକାରେ ଓଡିଶା ଦ୍ବିତୀୟ - ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ

ଓଡିଶାର ସରକାରୀ ଅଫିସରମାନେ ଦେଶରେ ଦୁର୍ନୀତିଖୋର ତାଲିକାରେ ଦ୍ବିତୀୟ ସ୍ଥାନରେ ରହିଛନ୍ତି । ଏନେଇ ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ତଥ୍ୟ ପ୍ରକାଶ କରିଛି । ଅଧିକ ପଢନ୍ତୁ....

ଫାଇଲ ଫଟୋ

By

Published : Oct 26, 2019, 9:43 PM IST

ଭୁବନେଶ୍ବର: ଦୁର୍ନୀତିଗ୍ରସ୍ତ ସରକାରୀ ଅଫିସର ତାଲିକାରେ ସାରା ଭାରତରେ ଓଡିଶା ଦ୍ବିତୀୟ ସ୍ଥାନରେ ରହିଛି । ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ଆଧାରରେ ଏହି ତଥ୍ୟ ପ୍ରକାଶ ପାଇଛି ।

ଫଟୋ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ନ୍ୟାସନାଲ କ୍ରାଇମ ରେକର୍ଡ ବ୍ୟୁରୋ ୨୦୧୫-୧୭ ରିପୋର୍ଟ ଅନୁସାରେ ରାଜ୍ୟରେ ୨୦୧୫ ମସିହାରେ ଦୁର୍ନୀତି ସଂପର୍କୀୟ ୪୫୬ଟି ମାମଲା ରୁଜୁ ହୋଇଥିବା ବେଳେ ୨୦୧୬ରେ ଏହା ବୃଦ୍ଧି ପାଇ ୫୫୯ରେ ପହଞ୍ଚିଥିଲା । ୨୦୧୭ରେ ସରକାରୀ ଅଫିସରଙ୍କ ନାମରେ ୪୯୪ଟି ମାମଲା ରୁଜୁହୋଇଛି । ଏହି ତାଲିକାରେ ମହାରାଷ୍ଟ୍ର ପ୍ରଥମ ସ୍ଥାନରେ ରହିଥିବା ବେଳେ ମଧ୍ୟପ୍ରଦେଶ ତୃତୀୟ ଓ ରାଜସ୍ଥାନ ଚତୁର୍ଥ ସ୍ଥାନରେ ରହିଛି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ଭୁବନେଶ୍ବର

ଦୁର୍ନୀତି ମାମଲାରେ ୬୫୮ ଜଣଙ୍କ ନାମରେ ଚାର୍ଜସିଟ ଦାଖଲ କରାଯାଇଥିବା ବେଳେ ୨୧୮ ଜଣଙ୍କୁ ଗିରଫ କରାଯାଇଛି । ସେହିପରି ୧୩୬ ଜଣଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଛନ୍ତି । ୩ ଜଣ ଡିସଚାର୍ଜ ହୋଇଥିବା ବେଳେ କୋର୍ଟ ୨୦୨ ଜଣଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି । କେତେକଙ୍କ ବିରୋଧରେ ବିଭାଗୀୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ନିଆଯାଇଛି । ୩୫ ଜଣ ଦୁର୍ନୀତିଖୋର ଅଫିସରଙ୍କୁ ଚାକିରୀରୁ ବହିଷ୍କାର କରାଯାଇଛି ଓ 136ଜଣଙ୍କୁ ଜେଲଦଣ୍ଡ ମିଳିଛି ।

ଏହି ରିପୋର୍ଟକୁ ନେଇ ବିରୋଧୀ ବିଜେପି ସରକାରଙ୍କୁ ଟାର୍ଗେଟ କରିଛି । ରାଜ୍ୟ ସରକାର ଦୁର୍ନୀତିଖୋର ଅଫିସର ମାନଙ୍କୁ ଦଣ୍ଡ ଦେବା ପରିବର୍ତ୍ତେ ପୁରସ୍କାର ସହ ଗୁରୁତ୍ବପୂର୍ଣ୍ଣ ପଦପଦବୀ ଦେଉଛନ୍ତି । ସରକାରଙ୍କ ‘5T’ ଏକ ପ୍ରହସନ ବୋଲି ବିଜେପି ନେତା ଜୟନାରାୟଣ ମିଶ୍ର ପ୍ରକାଶ କରିଛନ୍ତି । ଏହା ସହ ସରକାର ଖାଅ ଓ ଖୁଆଅ ନୀତିରେ ବିଶ୍ଵାସ କରନ୍ତି ବୋଲି ଜୟନାରାୟଣ କହିଛନ୍ତି ।

ଏହାର ଜବାବରେ ବିଜେଡି ନେତା ଦେବୀପ୍ରସାଦ ମିଶ୍ର କହିଛନ୍ତି, ଏବେ ‘5T’ ଓ ‘ମୋ ସରକାର’ ଆଧାରରେ ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ନେଉଛନ୍ତି । ଯାହା ଆଗକୁ ଫଳପ୍ରଦ ହେବ ।

ଭୁବନେଶ୍ବର ତପନ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details