ଭୁବନେଶ୍ବର:ପଞ୍ଚାୟତ ନିର୍ବାଚନ ପାଇଁ ଜାରି ଗାଇଡଲାଇନ ଜାରି କଲେ ସ୍ବତନ୍ତ୍ର ରିଲିଫ କମିଶନର (Odisha SRC releases campaigning guidelines for Panchayat Election) । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଅନେକ କଟକଣା ପାଳନ କରିବା ପାଇଁ ଏସଆରସି ନିର୍ଦ୍ଦେଶନାମା ଦେଇଛନ୍ତି । ନିର୍ବାଚନ ପ୍ରଚାର ପାଇଁ ବଡ ସମାବେଶ ହୋଇପାରିବ ନାହିଁ । ସଭା ସମିତିରେ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା ବାଧ୍ୟତା ମୂଳକ କରିଛନ୍ତି ।
ପଞ୍ଚାୟତ ନିର୍ବାଚନ ପାଇଁ SRC ଜାରି କଲେ ଗାଇଡ ଲାଇନ Special Relief Commissioner ଜାରି କରିଥିବା ଗାଇଡ ଲାଇନରେ କୁହାଯାଇଛି ଯେ, ନିର୍ବାଚନ ସଭା ପାଇଁ ସର୍ବାଧିକ 100 ଲୋକ ଏକାଠି ହୋଇପାରିବେ । କେବଳ 5 ଜଣ ହିଁ ଘରକୁ ଘର (Door to Door) ଯାଇ ପ୍ରଚାର କରିପାରିବେ । କୋଭିଡ ସଂକ୍ରଣକୁ ଦୃଷ୍ଟିରେ ରଖି ଏଭଳି ଗାଇଡଲାଇନ କରିଛନ୍ତି ଏସଆରସି । ଏହାବାଦ ସୋସିଆଲ ମିଡିଆରେ ଅଧିକ ପ୍ରଚାର ପାଇଁ ପରାମର୍ଶ ଦେଇଛନ୍ତି ।
ପଞ୍ଚାୟତ ନିର୍ବାଚନ ପାଇଁ SRC ଜାରି କଲେ ଗାଇଡ ଲାଇନ ଅନ୍ୟପଟେ ଗଣତି କେନ୍ଦ୍ର ଆଗରେ ଏକାଠି ହେବାକୁ ବାରଣ କରାଯାଇଛି । ବିଜୟ ଶୋଭାଯାତ୍ରାରେ ମଧ୍ୟ କଟକଣା ଲଗାଯାଇଛି । ସମସ୍ତେ ମାସ୍କ ବ୍ୟବହାର କରିବା ବାଧ୍ୟତାମୂଳକ କରାଯାଇଛି । ଭୋଟର ସହିତ ନିର୍ବାଚନ ପ୍ରକ୍ରିୟାରେ ଅଂଶଗ୍ରହଣ କରୁଥିବା ସମସ୍ତେ ମାସ୍କ ପିନ୍ଧିବେ । ନିର୍ବାଚନ ପରିଚାଳନାରେ ଅଂଶଗ୍ରହ କରୁଥିବା ବ୍ୟକ୍ତି ଉଭୟ ଡୋଜ ଟିକା ନେବେ । ଏହା ସହିତ ନିର୍ବାଚନ ବେଳେ କୋଭିଡ ଗାଇଡଲାଇନ ପାଳନକୁ କଡାକଡି ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି ।
ଏହାବାଦ ସୁରକ୍ଷା ଦାୟିତ୍ବରେ ଥିବା ପୋଲିସ କର୍ମଚାରୀଙ୍କର ଯଦି କୋଭିଡ ଲକ୍ଷଣ ଥାଏ ତାଙ୍କୁ ନିର୍ବାଚନ ପ୍ରକ୍ରିୟାରୁ ବାଦ ଦିଆଯିବ । ଭୋଟ ଦାନ କେନ୍ଦ୍ରକୁ ସାନିଟାଇଜ କରାଯିବା ସହିତ ସମସ୍ତଙ୍କର ଥର୍ମାଲ ସ୍କ୍ରିନିଂ କରାଯିବ । ନାମାଙ୍କନ ସମୟରେ ପ୍ରାର୍ଥୀଙ୍କ ସହିତ କେବଳ ଜଣେ ନାମାଙ୍କନ ଦାଖଲ କରିବାକୁ ଯାଇପାରିବେ । ଅମାନିଆଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଗାଇଡଲାଇନରେ କୁହାଯାଇଛି ।
ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ