ଓଡିଶା

odisha

ETV Bharat / city

ଓଡିଶା ଛୁଇଁ ନପାରେ ସମ୍ଭାବ୍ୟ ବାତ୍ୟା: ଏସଆରସି - odisha SRC

24 ଘଣ୍ଟାରେ ଘୂର୍ଣ୍ଣିଝଡର ରୂପ ନେବ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ । ବାତ୍ୟା ନୁହେଁ କେବଳ ବର୍ଷା ହେବ। ତେବେ ଏନେଇ ସମୁଦ୍ର ଭିତରକୁ ନଯିବାକୁ ମତ୍ସଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ଏସଆରସି।

ଡିଜାଇନ ଫଟୋ

By

Published : Nov 6, 2019, 12:22 PM IST

ଭୁବନେଶ୍ବର: 24 ଘଣ୍ଟାରେ ଘୂର୍ଣ୍ଣିଝଡର ରୂପ ନେବ ଉତ୍ତର ଆଣ୍ଡାମାନ ସାଗରରେ ସୃଷ୍ଟ ଲଘୁଚାପ । ବାତ୍ୟା ନୁହେଁ କେବଳ ବର୍ଷା ହେବ। ତେବେ ଏନେଇ ସମୁଦ୍ର ଭିତରକୁ ନଯିବାକୁ ମତ୍ସଜୀବୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଯେଉଁମାନେ ସମୁଦ୍ର ଭିତରକୁ ଯାଇଛନ୍ତି ସେମାନଙ୍କୁ 7 ତାରିଖ ସୁଦ୍ଧା ଫେରିଆସିବାକୁ କୁହାଯାଉଛି ।

ସମ୍ଭାବ୍ୟ ବାତ୍ୟା ଓଡିଶା ଉପକୂଳ ଛୁଇଁବା ସମ୍ଭାବନା କମ୍‌ : ଏସଆରସି

ଆଇଏମଡି ଆକଳନ ଅନୁସାରେ, 8ରେ ଗୋପାଳପୁର ଠାରୁ 320, 9ରେ ଅସ୍ତରଙ୍ଗ ଠାରୁ 170 ଓ 10ରେ ପାରାଦୀପ ଠାରୁ 160, 11ରେ ଧାମରାଠୁ 140 କିମି ଦୂରରେ ରହିବ ଏହି ସମ୍ଭାବ୍ୟ ବାତ୍ୟା। ଏହି ସମୟ ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି 40 ରୁ 50 କିମି ଓ ସର୍ବାଧିକ 60 କିମି ରହିବ। 10 ତାରିଖ ରାତି କିମ୍ବା 11 ତାରିଖ ସକାଳରେ ବାତ୍ୟା ଲ୍ୟାଣ୍ଡଫଲ କରିବ। ତେବେ ଓଡିଶା ଉପକୂଳରେ ଏହା ଲ୍ୟାଣ୍ଡଫଲ କରିବା ସମ୍ଭାବନା କମ ଅଛି ବୋଲି କହିଛନ୍ତି ସ୍ବତନ୍ତ୍ର ରିଲିଫ୍‌ କମିଶନର ପ୍ରଦୀପ ଜେନା।

ତେଣୁ କେହି ଆତଙ୍କିତ ହେବାର ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି । ତେବେ ବର୍ଷା ପାଇଁ ସବୁ ଜିଲ୍ଲାପାଳଙ୍କୁ ସତର୍କ ରହିବାକୁ କୁହାଯାଇଛି।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details