ଓଡିଶା

odisha

ETV Bharat / city

ରାଜ୍ୟରେ ଶୀତ ଲହରି ଆଶଙ୍କା, ଜିଲ୍ଲାପାଳ ମାନଙ୍କୁ SRCଙ୍କ ଚିଠି - ଜିଲ୍ଲାପାଳମାନଙ୍କୁ SRCଙ୍କ ଚିଠି

ଆସନ୍ତା 3 ତାରିଖରରୁ ରାଜ୍ୟରେ ଶୀତ ଲହରି ରହିବା ନେଇ ଆଶଙ୍କା କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ଏହାକୁ ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ କମିଶନରମାନଙ୍କୁ SRCଙ୍କ କାର୍ଯ୍ୟାଳୟରୁ ଚିଠି କରାଯାଇଛି। ଅଧିକ ପଢ଼ନ୍ତୁ...

odisha special relief commissioner given a circular to all collector to take precaution for heavy cold wave
ରାଜ୍ୟରେ ଶୀତ ଲହରି ଆଶଙ୍କା, ଜିଲ୍ଲାପାଳମାନଙ୍କୁ SRCଙ୍କ ଚିଠି

By

Published : Jan 31, 2021, 7:44 PM IST

ଭୁବନେଶ୍ବର: ଫେବ୍ରୁଆରୀ 3 ତାରିଖରରୁ ରାଜ୍ୟରେ ଶୀତ ଲହରି ରହିବା ନେଇ ଆଶଙ୍କା କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ। ଏହାକୁ ନେଇ ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ କମିଶନରମାନଙ୍କୁ SRCଙ୍କ କାର୍ଯ୍ୟାଳୟରୁ ଚିଠି କରାଯାଇଛି। ଶୀତ ଲହରି ଆଶଙ୍କା ରହିଥିବାରୁ ନିରାଶ୍ରୟଙ୍କ ପାଇଁ ରାତିରେ ସ୍କୁଲ ଓ କମ୍ୟୁନିଟି ହଲ ଖୋଲା ରଖିବାକୁ ଚିଠିରେ ନିର୍ଦ୍ଦେଶ ଦିଆଯାଇଛି।

ସେହିଭଳି ଶୀତ ଲହରି ସମୟରେ ପ୍ରତ୍ୟେକ ଜିଲ୍ଲାରେ କେତୋଟି କୋଠା ଖୋଲା ଯାଇଛି ଓ ଏହି ସବୁ ସ୍ଥାନରେ ଆଶ୍ରୟୀ ସଂଖ୍ୟା କେତେ ରହିଥିଲା ସେନେଇ ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହି ରିପୋର୍ଟ ପ୍ରତିଦିନ ଦାଖଲ କରାଯିବ। ହାଡ଼ଭଙ୍ଗା ଶୀତ ସମୟରେ ଲୋକ କଣ କରିବା ଓ ନକରିବା ଆବଶ୍ୟକ ସନେଇ ଲୋକଙ୍କୁ ଅବଗତ କରିବା ସହ ତ୍ବରିତ ପଦକ୍ଷେପ ନେବାକୁ ଜିଲ୍ଲା ପ୍ରଶାସନକୁ କୁହାଯାଇଛି।

ଖାଲି ସେତିକି ନୁହେଁ ପ୍ରବଳ ଶୀତକୁ ଆଖି ଆଗରେ ରଖି ଏହି ସମୟରେ ରାତିରେ ଲୋକଙ୍କୁ ବାହାରକୁ ନ ବାହାରିବା ଲାଗି ପରାମର୍ଶ ଦିଆଯାଇଛି। ଆଗାମୀ ୨୪ ଘଣ୍ଟା ମଧ୍ୟରେ ଦକ୍ଷିଣ ଓ ଉପକୂଳ ଓଡ଼ିଶାରେ ପାରଦ ଆହୁରି ଖସିବା ପୂର୍ବାନୁମାନ କରିଛି ପାଣିପାଗ ବିଭାଗ। ବିଶେଷ କରି ରାଜ୍ୟର ଏହି ଅଞ୍ଚଳରେ ତାପମାତ୍ରା ୨ରୁ ୩ ଡିଗ୍ରୀ ହ୍ରାସ ପାଇବା ନେଇ ଅନୁମାନ କରାଯାଇଛି। ଏଥିପାଇଁ 11ଟି ଜିଲ୍ଲାରେ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି।

ରାଜ୍ୟର ଦକ୍ଷିଣ ଓ ଉପକୂଳ ଅଞ୍ଚଳ ମଧ୍ୟରେ ସୁନ୍ଦରଗଡ଼, ଝାରସୁଗୁଡ଼ା, କେନ୍ଦୁଝର, ମୟୂରଭଞ୍ଜ, ଦେବଗଡ଼, ବରଗଡ଼, ସମ୍ବଲପୁର, ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ ଓ ଅନୁଗୁଳ ଜିଲ୍ଲା ସାମିଲ ରହିଛି। ଏହି ସବୁ ଜିଲ୍ଲାରେ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି। ଏହି 11 ଜିଲ୍ଲାରେ ରବଳ ଶୀତ ଲହରି ଆଶଙ୍କା କରିଛି ଭୁବନେଶ୍ବର ଆଞ୍ଚଳିକ ପାଣିପାଗ ବିଭାଗ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details