ଭୁବନେଶ୍ୱର:ମହାଲେଖାଗାର (Comptroller and Audit General) କାର୍ଯ୍ୟାଳୟରେ ଉଭୟ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ର ତଥା ରାଜସ୍ବ କ୍ଷେତ୍ର ପାଇଁ ଏହି ଅଡିଟ ରିପୋର୍ଟ (Social, Economic and Revenue Audit Report) ଉପସ୍ଥାପିତ ହୋଇଛି । ରାଜ୍ୟର ସହରାଞ୍ଚଳରେ ଜଳ ଗୁଣବତ୍ତା ପରିଚାଳନାରେ ପରିଚାଳନାଗତ ତ୍ରୁଟି ପରିଲକ୍ଷିତ ହୋଇଥିବା କୁହାଯାଇଛି । ଯାହା ମୋଟ ଧାର୍ଯ୍ୟର ମାତ୍ର 19% ପ୍ରତିଶତ । ବିଭିନ୍ନ ମାନକ ଆଧାରରେ ଅନୁସାରେ ଏହି ରିପୋର୍ଟ ପ୍ରସ୍ତୁତ ହୋଇଛି।
ରିପୋର୍ଟ ଅନୁସାରେ 2019-20 ଆର୍ଥିକ ବର୍ଷ ଅନୁସାରେ ଆଦାୟ ହୋଇଥିବା କର ଓ ଅଣକର ରାଜସ୍ବ ବାବଦରେ ରାଜ୍ୟ ସରକାର 46.31 % କୁ ବୃଦ୍ଧି କରିଥିଲେ, ଯାହା 18-19 ଆର୍ଥିକ ବର୍ଷରେ 44.79% ରେ ସୀମିତ ଥିଲା । ଏହା ସହିତ ଅର୍ଥ ବିଭାଗ ଅନ୍ତର୍ଗତ ବାଣିଜ୍ୟ କର 2019-20ରେ 1295 କୋଟି ଟଙ୍କା ଉଦ୍ଦିଷ୍ଟ ଥିବା ଆବଶ୍ୟକୀୟ କାଗଜପତ୍ର ଓ ରିଟର୍ଣ୍ଣ ଫାଇଲ ରିପୋର୍ଟ ଉପଲବ୍ଧ ହୋଇପାରିନଥିଲା । ସେହିଭଳି VAT ଅଧୀନରେ ଅନିର୍ଦ୍ଧିଷ୍ଟ ଦ୍ରବ୍ୟରେ ଟିକସ ହାର ନିମ୍ନ ମନର ହୋଇଥିବାରୁ ଏହାର ଆଦାୟ ପରିମାଣ 1.63 କୋଟି ଟଙ୍କା ର କର ସ୍ୱଳ୍ପ ଆଦାୟ ହେବା ସହ 3.26 କୋଟି ଟଙ୍କା ଜରିମାନା ଆଦାୟ ହୋଇନଥିଲା । ଗୁରୁତ୍ୱପୂର୍ଣ କଥା ହେଲା କର ଓ ଅଣକର ରାଜସ୍ୱ ଆଦାୟର ନଥିପତ୍ର ଯାଞ୍ଚ ବେଳେ 2019-20 ଆର୍ଥିକ ବର୍ଷ ଯାଞ୍ଚ ବେଳେ 27 ହଜାରରୁ ଅଧିକ ମାମାଲାରେ 1592 କୋଟି ଟଙ୍କାର ସ୍ୱଳ୍ପ କର ରାଜସ୍ବ ହାନି ହୋଇଥିବା ଦେଖାଯାଇଥିଲା । ସେହିଭଳି ଅନୁମୋଦିତ ପରିମାଣଠାରୁ ଅଧିକ ଲୁହାପଥର ଖନନସତ୍ୱେ ଖଣି ଯୁଗ୍ମ ନିର୍ଦେଶକଙ୍କ ଦ୍ୱାରା ପ୍ରାୟ 456 କୋଟି ଟଙ୍କାର କ୍ରୟ ମୂଲ୍ୟ ଲିଜ ଧରିଙ୍କ ଠାରୁ ଆଦାୟ ହୋଇପାରିନଥିଲା ।
ସେହିଭଳି ସାମାଜିକ ଓ ସାଧାରଣ କ୍ଷେତ୍ରରେ ମଧ୍ୟ ପରିଚାଳନା ଗତ ତ୍ରୁଟି ପରିଲକ୍ଷିତ ହୋଇଥିବା ମହଲେଖା ନିୟନ୍ତ୍ରକଙ୍କ ନଜରକୁ ଆସିଛି । ରାଜ୍ୟର ସହରାଞ୍ଚଳରେ ଜଳ ଗୁଣବତ୍ତା ପରିଚାଳନାରେ ପରିଚାଳନାଗତ ତ୍ରୁଟି ପରିଲକ୍ଷିତ ହୋଇଥିବା କୁହାଯାଇଛି । ବିଭିନ୍ନ ସ୍ତରରେ ଜଳର ଗୁଣବତ୍ତା ପରୀକ୍ଷା ପାଇଁ 115ଟି ଜଳ ପରୀକ୍ଷଣ ଲାବୋରେ୍ଟୋରୀ ନିର୍ମାଣ ପାଇଁ ପ୍ରସ୍ତାବ ରହିଥିବା ବେଳେ ସେ ବିପକ୍ଷରେ 22ଟି ପରୀକ୍ଷଣ ଲାବରେ୍ଟୋରୀ ନିର୍ମାଣ କରାଯାଇପାରିଛି | ଯାହା ମୋଟ ଧାର୍ଯ୍ୟର ମାତ୍ର 19% ପ୍ରତିଶତ।14ଟି ପରୀକ୍ଷା ଯାଞ୍ଚ ଜଳ ପରୀକ୍ଷଣ ପ୍ଲାଣ୍ଟ ମଧ୍ୟରୁ କେବଳ 3 ଟି ଡବ୍ଲୁ ଟିଏଲ ଭଳି ଜଳ ପରୀକ୍ଷଣ ସୁବିଧା ଉପଲବ୍ଧ ଥିଲା।