ଓଡିଶା

odisha

ETV Bharat / city

ଓଡିଶା ସ୍କିଲ୍‌-2020ର ଦ୍ବିତୀୟ ସଂସ୍କରଣ ଉଦଘାଟିତ, ଆସନ୍ତାକାଲିଠୁ ଲିଖିତ ପରୀକ୍ଷା - odisha skill-2020 2nd edition

କୃଷି ଭବନରେ ରାଜ୍ୟ କୌଶଳ ପ୍ରତିଯୋଗିତାର 2ୟ ସଂସ୍କରଣ ଓଡିଶା ସ୍କିଲ୍‌-2020 ଉଦଘାଟିତ ହୋଇଛି। ଆସନ୍ତାକାଲି ଠାରୁ ସାରା ଓଡିଶାରେ ଲିଖିତ ପରୀକ୍ଷା କରାଯିବ। ଅଧିକ ଖବର ପଢନ୍ତୁ...

odisha skills
ଓଡିଶା ସ୍କିଲ୍‌-2020ର ଦ୍ବିତୀୟ ସଂସ୍କରଣ ଉଦଘାଟିତ, ଆସନ୍ତାକାଲିଠୁ ଲିଖିତ ପରୀକ୍ଷା

By

Published : Feb 7, 2020, 12:02 PM IST

ଭୁବନେଶ୍ବର: କୃଷି ଭବନରେ ରାଜ୍ୟ କୌଶଳ ପ୍ରତିଯୋଗିତାର 2ୟ ସଂସ୍କରଣ ଓଡିଶା ସ୍କିଲ୍‌-2020 ଉଦଘାଟିତ ହୋଇଛି । ଆସନ୍ତା ଏପ୍ରିଲ 28 ରୁ 30 ତାରିଖ ପର୍ଯ୍ୟନ୍ତ ରାଜ୍ୟସ୍ତରୀୟ କୌଶଳ ପ୍ରତିଯୋଗିତା ଚାଲିବ । ଏହି ପ୍ରତିଯୋଗିତାରେ ରାଜ୍ୟର 15 ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଆସନ୍ତାକାଲି ଠାରୁ ସାରା ଓଡିଶାରେ ଲିଖିତ ପରୀକ୍ଷା କରାଯିବ।

ଓଡିଶା ସ୍କିଲ୍‌-2020ର ଦ୍ବିତୀୟ ସଂସ୍କରଣ ଉଦଘାଟିତ, ଆସନ୍ତାକାଲିଠୁ ଲିଖିତ ପରୀକ୍ଷା

କୌଶଳ ପ୍ରତିଯୋଗିତାରେ 6 ଟି କ୍ଷେତ୍ରରେ 46 ଟି କୌଶଳ ବର୍ଗରେ ରାଜ୍ୟର 15 ହଜାର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିବେ। ଏହି ପ୍ରତିଯୋଗୀତାରେ କୃତି ଛାତ୍ରଛାତ୍ରୀ ଓଡିଶା ପାଇଁ ଇଣ୍ଡିଆ ସ୍କିଲ୍ସରେ ପ୍ରତିଦ୍ବନ୍ଦିତା କରିବେ । 2021ରେ ସାଂଘାଇରେ ଆରମ୍ଭ ହେବାକୁ ଥିବା ବିଶ୍ବ ସ୍କିଲ୍ସରେ ଓଡିଶା 2 ଟି ସ୍ବର୍ଣ୍ଣ, 4 ଟି ରୌପ୍ୟ ଓ 6 ଟି ବ୍ରୋଞ୍ଜ ମେଡାଲ ଜିଣିବ ବୋଲି ଆଶା ରହିଛି।

ଏହାଛଡା 12 ଟି ମେଡାଲ ସହ 4 ଟି ପଦକ ଝିଅ ଆଣିବେ ବୋଲି ଆଶା କରିଛି ଓଡିଶା ସ୍କିଲ୍ସ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଟାଟା ଏରୋ ସ୍ପେସ ଆଣ୍ଡ ଡିଫେନ୍ସ ମୁଖ୍ୟ ମାସୁଦ ହୁସେଇନ ଯୋଗ ଦେଇଥିବାବେଳେ ବିଭାଗୀୟ ମନ୍ତ୍ରୀ ପ୍ରେମାନନ୍ଦ ନାୟକ, ଅନ୍ୟାନ୍ୟ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହିଛନ୍ତି । ସେହିପରି ରାଜ୍ୟର ବିଭିନ୍ନ ଆଇଟିଆଇ କଲେଜରୁ ଆସିଥିବା କିଛି ଛାତ୍ରଛାତ୍ରୀମାନେ ନାଚଗୀତ ମାଧ୍ୟମରେ ନିଜର ଦକ୍ଷତା ଦେଖାଇଛନ୍ତି।

ଭୁବନେଶ୍ବରରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details