ଓଡିଶା

odisha

By

Published : Apr 23, 2021, 8:16 PM IST

ETV Bharat / city

24 ଘଣ୍ଟାରେ 250 ଟନ ମେଡିକାଲ ଅକ୍ସିଜେନ ପଠାଇଲା ଓଡିଶା

ଗତ 24 ଘଣ୍ଟାରେ 15ଟି ଟ୍ୟାଙ୍କରରେ 250 ଟନ୍ ଅକ୍ସିଜେନ ପଠାଇଛି ଓଡିଶା । ଅଧିକ ପଢନ୍ତୁ..

24  ଘଣ୍ଟାରେ 250 ଟନ ଅକ୍ସିଜେନ ପଠାଇଲା ଓଡିଶା
24 ଘଣ୍ଟାରେ 250 ଟନ ଅକ୍ସିଜେନ ପଠାଇଲା ଓଡିଶା

ଭୁବନେଶ୍ବର: ଅକ୍ସିଜେନ ଅଭାବୀ ରାଜ୍ୟକୁ ପ୍ରାଣବାୟୁ ଯୋଗାଉଛି ଓଡିଶା । ଗତ 24 ଘଣ୍ଟାରେ 15ଟି ଟ୍ୟାଙ୍କରରେ ପଠାଯାଇଛି ଅକ୍ସିଜେନ । ଏହି 15ଟି ଟ୍ୟାଙ୍କରରେ250 ଟନ୍ ଅକ୍ସିଜେନ୍ ପଠାଯାଇଛି ।

ଯାଜପୁର, ଅନୁଗୁଳ ଓ ରାଉରକେଲାରୁ ବିଶାଖାପାଟଣା, ହାଇଦ୍ରାବାଦ, ଇନ୍ଦୋରକୁ ଅକ୍ସିଜେନ ପଠାଯାଇଛି । ସେହିଭଳି କୋରୋନାର ହଟସ୍ପଟ ମହାରାଷ୍ଟ୍ରର ପୁଣେ, ମୁମ୍ବାଇ ଓ ନାଗପୁରକୁ ମଧ୍ୟ ଅମ୍ଲଜାନ ପଠାଇ ହଜାର ହଜାର ଜୀବନ ବଞ୍ଚାଇଉଛି ଓଡିଶା ।

ଶୁକ୍ରବାର ଯାଜପୁର ଟାଟା ଷ୍ଟିଲ କଳିଙ୍ଗନଗରରୁ ଆନ୍ଧ୍ର, ମହାରାଷ୍ଟ୍ରକୁ ଏସ୍କର୍ଟରେ ଅକ୍ସିଜେନ୍ ଟ୍ୟାଙ୍କର ପଠାଯାଇଥିବା ବେଳେ । ଆଉ ୪ଟି ଟ୍ୟାଙ୍କରରେ ଅନ୍ୟ ରାଜ୍ୟକୁ ଅକ୍ସିଜେନ ପଠାଯିବ । ଅନୁଗୋଳରୁ 2 ଟି ଟ୍ୟାଙ୍କରରେ ଅକ୍ସିଜେନ ବିଶାଖାପାଟଣା ପଠାଯିବ । ଯାଜପୁରରୁ 2ଟି ଟ୍ୟାଙ୍କର ଗାଜିଆବାଦ ଓ ବିଶାଖାପାଟଣା ଯିବ । ଏ ନେଇ ପୋଲିସ ମୁଖ୍ୟାଳୟ ସୂତ୍ର ମିଳିଛି ।

ABOUT THE AUTHOR

...view details