ଓଡିଶା

odisha

ETV Bharat / city

ରାଜ୍ୟରେ ସଂକ୍ରମଣ ଡବଲିଂ ଟାଇମ୍ ଓ ଗ୍ରୋଥ୍ ରେଟ୍ କମିଛି: ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ - ଓଡ଼ିଶାରେ କୋରୋନାର ଗ୍ରୋଥ ରେଟ ଷ୍ଟାଟସ

ରାଜ୍ୟରେ ଏବେ ହସ୍ପିଟାଲ ଉପରେ କୌଣସି ଚାପ ନାହିଁ । ସଂକ୍ରମଣ କମିବା ନେଇ ଆକଳନ କରିବା ପାଇଁ ଆଉ ମାସେ ସମୟ ଲାଗିବ ବୋଲି କହିଛନ୍ତି ସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର । ଅଧିକ ପଢନ୍ତୁ

CORONA: ରାଜ୍ୟରେ ଏବେ ହସ୍ପିଟାଲାଇଜେନ୍‌ କମ ଅଛି, କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ
CORONA: ରାଜ୍ୟରେ ଏବେ ହସ୍ପିଟାଲାଇଜେନ୍‌ କମ ଅଛି, କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

By

Published : Jan 17, 2022, 1:28 PM IST

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣର ଡବଲିଂ ଟାଇମ୍ ଓ ଗ୍ରୋଥ୍ ରେଟ୍ କମିଛି । ବର୍ତ୍ତମାନ 75 ହଜାର ଆକ୍ଟିଭ୍ କେସ୍ ରହିଥିବା ବେଳେ 12 ଶହ ହସ୍ପିଟାଲାଇଜେସନ ହୋଇଛନ୍ତି । ବର୍ତ୍ତମାନ ହସ୍ପିଟାଲ ଉପରେ କୌଣସି ଚାପ ନାହିଁ ବୋଲି କହିଛନ୍ତି ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ ନିରଞ୍ଜନ ମିଶ୍ର ।

ଆଜି(ସୋମବାର) ରାଜ୍ୟରେ ସଂକ୍ରମଣ କମ ଥିଲେ ବି ଏହି ଟ୍ରେଣ୍ଡକୁ ଦେଖି ବର୍ତ୍ତମାନ କିଛି ଆକଳନ କରିହେବନି । ଟ୍ରେଣ୍ଡ ଆକଳନ ପାଇଁ ମାସେ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡି଼ବ। ଦ୍ବିତୀୟ ଲହର ପରି ଖୋର୍ଦ୍ଧା, ସୁନ୍ଦରଗଡ ସଂକ୍ରମଣ ଅଧିକ ରହୁଛି । ଯାହା ଆଗକୁ ମଧ୍ୟ ଏଭଳି ରହିବ। ଅନ୍ୟପଟେ ଆଜି ରାଜ୍ୟକୁ ଆସିବ ‘ଓମିସିୟୋର କିଟ୍’(OMISURE KIT)। ପ୍ରଥମ ପର୍ଯ୍ୟାୟରେ କିଛି ପରିମାଣରେ କିଟ୍‌ ଆସିବ। ଦେଶର ପ୍ରଥମ ରାଜ୍ୟ ଭାବେ ଓମିସିୟୋର କିଟ୍ ଆଣୁଛି ଓଡ଼ିଶା ।

CORONA: ରାଜ୍ୟରେ ଏବେ ହସ୍ପିଟାଲାଇଜେନ୍‌ କମ ଅଛି, କହିଲେ ସ୍ବାସ୍ଥ୍ୟ ନିର୍ଦ୍ଦେଶକ

ଓମିକ୍ରନ ଚିହ୍ନଟରେ ଏହି ‘ଓମିସିୟୋର କିଟ୍’ ସହାୟକ ହେବ । ରାଜ୍ୟ ସରକାର 5 ଲକ୍ଷ ‘ଓମିସିୟୋର କିଟ୍’ ମଗାଇଥିବା ସୂଚନା ରହିଛି । Tata MD ଓଡ଼ିଶାକୁ ଏହି କିଟ‌୍‌ ଦେଉଛି । ଓମିକ୍ରନ ଭୂତାଣୁ ଚିହ୍ନଟ କରିବ ଓମିସିୟୋର କିଟ୍‌ । ଏହାଦ୍ବାରା ଆଉ ଜିନୋମ ସିକ୍ବେନ୍ସର ଆବଶ୍ୟକତା ପଡିବନି । ଏହା RT-PRC କିଟ୍‌ ପରି ଓମିସିୟୋର କିଟ୍‌ ସବୁ ଜିଲ୍ଲାକୁ ବଣ୍ଟାଯିବ।

ଏହା ବି ପଢନ୍ତୁ: Odisha Corona Report: ଦିନକରେ ୧୦୪୮୯ ପଜିଟିଭ ଚିହ୍ନଟ

ଔଷଧ ନିଗମ ଏ ନେଇ ଅଧିକ ତଥ୍ୟ ଦେବ ବୋଲି କହିଛନ୍ତି ଜନସ୍ବାର୍ଥ ନିର୍ଦ୍ଦେଶକ ନିରଞ୍ଜନ । ଅନ୍ୟପଟେ ଆଜି(ସୋମବାର) ରାଜ୍ୟରେ ଦିନକରେ 10 ହଜାର 489 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧତ୍କ 2934 ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଭୁବନେଶ୍ବରରୁ ବିକାଶ କୁମାର ଦାସ, ଇଟିଭି ଭାରତ

ABOUT THE AUTHOR

...view details