ଓଡିଶା

odisha

ଘୋଷଣାର 24 ଘଣ୍ଟାରେ ଓଡିଶାକୁ ମିଳିଲା 500 କୋଟି

By

Published : May 23, 2020, 5:15 PM IST

Published : May 23, 2020, 5:15 PM IST

Updated : May 23, 2020, 6:43 PM IST

ଘୋଷଣାର 24 ଘଣ୍ଟା ଭିତରେ ଓଡିଶାକୁ ମିଳିଲା 500 କୋଟି
ଘୋଷଣାର 24 ଘଣ୍ଟା ଭିତରେ ଓଡିଶାକୁ ମିଳିଲା 500 କୋଟି

17:07 May 23

ଘୋଷଣାର 24 ଘଣ୍ଟା ଭିତରେ ଓଡିଶାକୁ ମିଳିଲା 500 କୋଟି

ଫଟୋ ସୌଜନ୍ୟ: ଟ୍ବିଟର@PradeepJenaIAS

ଭୁବନେଶ୍ବର: ଶୁକ୍ରବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ କି 'ଅମ୍ଫାନ' ସହାୟତା ବାବଦକୁ  ଓଡିଶାକୁ 500 କୋଟି ଟଙ୍କା ମିଳିବ ।  ଏହି ଘୋଷଣାର  24 ଘଣ୍ଟା ମଧ୍ୟରେ ଓଡିଶା ଖାତାକୁ ଆସିଛି 500 କୋଟି ଟଙ୍କା । ରାଜ୍ୟ ବିପର୍ଜ୍ୟୟ ପରିଚାଳନା ପାଣ୍ଠିକୁ  ଏହି ଅର୍ଥ ଆସିଥିବା  ଟ୍ବିଟ କରି ଖୋଦ୍‌ ସୂଚନା ଦେଇଛନ୍ତି ସ୍ଵତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା ।

ମେ 20ରେ ଆସିଥିଲା 'ଅମ୍ଫାନ' । ତା'ର କରାଳର ରୂପର ଶୀକାର ଓଡିଶା ମଧ୍ୟ ହୋଇଥିଲା । ତେବେ ଓଡିଶାର ସେହି ପ୍ରଭାବିତ ଅଞ୍ଚଳର ପରିଦର୍ଶନ କରିବା ପାଇଁ ଶୁକ୍ରବାର ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହେଲିକପ୍ଟର ଯୋଗେ ଅମ୍ଫାନ ପ୍ରଭାବିତ ଅଞ୍ଚଳକୁ ଆକାଶ ମାର୍ଗରେ ବୁଲି ଦେଖିଥିଲେ । ତାଙ୍କ ସହ ଉପସ୍ଥିତ ଥିଲେ ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଓ 2ଓଡିଆ କେନ୍ଦ୍ରମନ୍ତ୍ରୀ । ତେବେ ସ୍ଥିତି ଅନୁଧ୍ୟାନ କରିବା ପରେ ପ୍ରଧାନମନ୍ତ୍ରୀ ରାଜ୍ୟକୁ  'ଅମ୍ଫାନ' କ୍ଷୟକ୍ଷତି ବାବଦରେ 500 କୋଟିର ପ୍ୟାକେଜ ଘୋଷଣା କରିଥିଲେ   । 

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

Last Updated : May 23, 2020, 6:43 PM IST

ABOUT THE AUTHOR

...view details