ଓଡିଶା

odisha

ETV Bharat / city

ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ବୈଠକ - ବିଧାନସଭାରେ ଷ୍ଟାଣ୍ଡିଙ୍ଗ କମିଟି ବୈଠକ ନ୍ୟୁଜ

ଖୁବଶୀଘ୍ର ୧୧ ହଜାରରୁ ଊର୍ଦ୍ଧ୍ବ ନୂଆ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ନଭେମ୍ବର ଶେଷ ସୁଦ୍ଧା ଶେଷ ହେବ । ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ବୈଠକ(standing committee meeting)ରେ ନିଷ୍ପତ୍ତି । ଅଧିକ ପଢନ୍ତୁ

odisha schools and mass education standing committee meeting in Assembly
ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ବୈଠକ

By

Published : Nov 25, 2021, 6:25 PM IST

Updated : Nov 25, 2021, 6:49 PM IST

ଭୁବନେଶ୍ବର: ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ(mass education)ର ଷ୍ଟାଣ୍ଡିଙ୍ଗ କମିଟି ବୈଠକ ଅନୁଷ୍ଠିତ । ଶିକ୍ଷାର ବିକାଶ ନେଇ ଏହି ଗୁରୁତ୍ବପୂର୍ଣ୍ଣ ବୈଠକ କମିଟି ଅଧ୍ୟକ୍ଷ ଭୁପିନ୍ଦର ସିଂହଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଖୁବଶୀଘ୍ର ୧୧ ହଜାରରୁ ଊର୍ଦ୍ଧ୍ବ ନୂଆ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟା ନଭେମ୍ବର ଶେଷ ସୁଦ୍ଧା ଶେଷ ହେବ ।

ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ବୈଠକ

ନୂତନ ଶିକ୍ଷକମାନେ ନିଜ ନିଜ ନିଯୁକ୍ତି ସ୍ଥାନରେ କିଭଳି କାର୍ଯ୍ୟରେ ନିୟୋଜିତ ହେବେ, ସେ ନେଇ ଗୁରୁବାର ବିଧାନସଭାରେ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ଷ୍ଟାଣ୍ଡିଙ୍ଗ କମିଟି ବୈଠକରେ ଆଲୋଚନା ହୋଇଛି ।

ସେମାନଙ୍କ ମଧ୍ୟରୁ BSC, PET, ସଂସ୍କୃତ, ହିନ୍ଦୀ ଶିକ୍ଷକ ତାଲିକା ଚୂଡାନ୍ତ ହୋଇସାରିଛି । ଆଦିବାସୀ ଛାତ୍ରଛାତ୍ରୀଙ୍କର ଆବଶ୍ୟକତା ଦେଖି ଅଧିକ ଶିକ୍ଷକ ବ୍ୟବସ୍ଥା ଉପରେ ବିଶେଷ ଦୃଷ୍ଟି ଦିଆଯାଉଛି । ସରକାରଙ୍କ ପକ୍ଷରୁ ୧୭୭ଟି ସ୍କୁଲକୁ ମାନ୍ୟତା ପାଇବା ବିଷୟରେ ମଧ୍ୟ ଆଲୋଚନା ହୋଇଛି।

ଭୁବନେଶ୍ବରରୁ ସଞ୍ଜୀବ କୁମାର ରାୟ, ଇଟିଭି ଭାରତ

Last Updated : Nov 25, 2021, 6:49 PM IST

ABOUT THE AUTHOR

...view details