ଓଡିଶା

odisha

ETV Bharat / city

ସକାଳୁଆ ସ୍କୁଲ ସମୟରେ ପରିବର୍ତ୍ତନ, ୧୦ଟା ନୁହେଁ ୧୦.୩୦ରେ ସରିବ କ୍ଲାସ - ସକାଳୁଆ ସ୍କୁଲ୍‌ ନେଇ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗର ଚିଠି

ରାଜ୍ୟରେ ସକାଳୁଆ ସ୍କୁଲ୍ ସମୟରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨ ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ଅଧିକ ପଢ଼ନ୍ତୁ

ସକାଳୁଆ ସ୍କୁଲ୍ ସମୟରେ ପରିବର୍ତ୍ତନ, ସକାଳ ୬.୩୦ରୁ ପ୍ରଥମରୁ ନବମ କ୍ଲାସ
ସକାଳୁଆ ସ୍କୁଲ୍ ସମୟରେ ପରିବର୍ତ୍ତନ, ସକାଳ ୬.୩୦ରୁ ପ୍ରଥମରୁ ନବମ କ୍ଲାସ

By

Published : Mar 31, 2022, 6:52 PM IST

ଭୁବନେଶ୍ବର:ରାଜ୍ୟରେ ସକାଳୁଆ ସ୍କୁଲ୍ ସମୟରେ ସାମାନ୍ୟ ପରିବର୍ତ୍ତନ କରିଛନ୍ତି ରାଜ୍ୟ ସରକାର । ଏପ୍ରିଲ ୨ ତାରିଖରୁ ରାଜ୍ୟରେ ସକାଳୁଆ ସ୍କୁଲ ଖୋଲିବାକୁ ନିଷ୍ପତ୍ତି ହୋଇଛି । ସକାଳ ୬ଟା ୩୦ରୁ ୧୦ଟା ୩୦ ପ୍ରଥମରୁ ଅଷ୍ଟମ ଶ୍ରେଣୀ କ୍ଲାସ ହେବ । ସକାଳ ୭ଟାରୁ ୧୧ଟା ୩୦ ନବମରୁ ଦ୍ୱାଦଶ ଶ୍ରେଣୀ କ୍ଲାସ ହେବ ।

ସକାଳୁଆ ସ୍କୁଲ୍ ସମୟରେ ପରିବର୍ତ୍ତନ, ସକାଳ ୬.୩୦ରୁ ପ୍ରଥମରୁ ନବମ କ୍ଲାସ

ଏହା ବି ପଢ଼ନ୍ତୁ ରାଜ୍ୟରେ ଏପ୍ରିଲ ୨ରୁ ସକାଳୁଆ ସ୍କୁଲ


ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଏହି ନିଷ୍ପତ୍ତି ନେଇଛି ଗଣଶିକ୍ଷା ବିଭାଗ । ଅପ୍ରେଲରୁ ଛାତ୍ରଛାତ୍ରୀଙ୍କୁ MDM କାର୍ଯ୍ୟକ୍ରମ ଅଧୀନରେ ରନ୍ଧା ଖାଦ୍ୟ ଦେବାକୁ ଅନୁମତି ଦିଆଯାଇଛି । ଛାତ୍ରଛାତ୍ରୀଙ୍କୁ ପିଇବା ପାଣି ସାଥିରେ ଆଣିବା ସହ ଛତା ବ୍ୟବହାର କରିବାକୁ ପରାମର୍ଶ ଦିଆଯାଇଛି । ବିଦ୍ୟାଳୟ ପରିସରରେ ପର୍ଯ୍ୟାପ୍ତ ପାନୀୟ ଜଳ ଉପଲବ୍ଧ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତା ସହିତ ସ୍କୁଲ୍‌ରେ କୋଭିଡ ନିୟମ ଅନୁପାଳନ ହେବ । ଏହାକୁ ନେଇ ସମସ୍ତ ଜିଲ୍ଲାର ଶିକ୍ଷା ଅଧିକାରୀ ଓ ସମସ୍ତ ବୋର୍ଡକୁ ଚିଠି ଲେଖି ସୂଚନା ଦେଇଛି ରାଜ୍ୟ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ । ଗ୍ରୀଷ୍ଣ ପ୍ରବାହର ପ୍ରକୋପକୁ ଦୃଷ୍ଟିରେ ରଖି ଗ୍ରୀଷ୍ଣ ଛୁଟି ପାଇଁ ତାରଖ ଘୋଷଣା କରିବ ସ୍କୁଲ୍‌ ଓ ଗଣଶିକ୍ଷା ବିଭାଗ ।

ଭୁବନେଶ୍ବରରୁ ବିକାଶ ଦାସ, ଇଟିଭି ଭାରତ

ABOUT THE AUTHOR

...view details