ଓଡିଶା

odisha

ETV Bharat / city

ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସହ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ଘୋଷିତ

2017-18 ଓ 2018-19 ବର୍ଷ ପାଇଁ ଘୋଷିତ ହୋଇଛି ସଙ୍ଗୀତ ନାଟକ ଏକାଡେମୀ ଓ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର । 2017-18 ପାଇଁ ଓଡି଼ଶୀ ସଙ୍ଗୀତ କଣ୍ଠଶିଳ୍ପୀ ଡକ୍ଟର ଶ୍ୟାମମଣୀ ଦେବୀଙ୍କୁ ଓ 2018-19 ପାଇଁ ଦାସକାଠିଆ ପରିବେଷକ ଉପେନ୍ଦ୍ର କୁମାର ପାଣିଗ୍ରାହୀଙ୍କୁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର । ଅଧିକ ପଢ଼ନ୍ତୁ...

By

Published : Oct 26, 2019, 3:41 AM IST

ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର

ଭୁବନେଶ୍ବର: ଦୁଇ ବର୍ଷର କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ଓ ଓଡି଼ଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା କରାଯାଇଛି । 2017-18 ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇବେ ଓଡି଼ଶୀ ସଙ୍ଗୀତ କଣ୍ଠଶିଳ୍ପୀ ଡକ୍ଟର ଶ୍ୟାମମଣୀ ଦେବୀ । ସେହିଭଳି 2018-19 ପାଇଁ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ସମ୍ମାନ ପାଇବେ ଗଞ୍ଜାମ ଜିଲ୍ଲାର ଦାସକାଠିଆ ପରିବେଷକ ଉପେନ୍ଦ୍ର କୁମାର ପାଣିଗ୍ରାହୀ ।

ସେହିପରି ଓଡିଶୀ କଣ୍ଠ ସଙ୍ଗୀତ ପାଇଁ ଶାନ୍ତିଲତା ବାରିକ ଛୋଟରାୟ, ହିନ୍ଦୁସ୍ଥାନୀ କଣ୍ଠ ସଙ୍ଗୀତ ପାଇଁ ସୁନ୍ଦରଗଡର ଅଳକା ଚାନ୍ଦ, ଯନ୍ତ୍ର ସଙ୍ଗୀତ (ତାର ବାଦ୍ୟ) ପାଇଁ କଟକର ରବି ଶଙ୍କର ପ୍ରଧାନ, ଯନ୍ତ୍ର ସଙ୍ଗୀତ (ଆନନ୍ଦ ବାଦ୍ୟ) ପାଇଁ ପୁରୀର କାଳନ୍ଦୀ ଚରଣ ପରିଡା, ସୁଗମ ସଙ୍ଗୀତ ପାଇଁ ଡକ୍ଟର ସୁଧା ମିଶ୍ର, ଲୋକବାଦ୍ୟ ପାଇଁ ବଲାଙ୍ଗୀରର ଆଲୋକ ପ୍ରକାଶ ଦାଶ, ଲୋକ ସଙ୍ଗୀତ ପାଇଁ କେନ୍ଦୁଝରର ଗୋବିନ୍ଦ ଚନ୍ଦ୍ର ପାଣିଗ୍ରାହୀ, ନାଟ୍ୟ ରଚନା ପାଇଁ ବାଲେଶ୍ବରର ହେମେନ୍ଦ୍ର ମହାପାତ୍ର, ଅଭିନୟ ପାଇଁ ଭଦ୍ରକର ବୃନ୍ଦାବନ ବାରିକ ଏବଂ ଭୁବନେଶ୍ବରର ବିଦ୍ୟୁତ ପ୍ରଭା ପଟ୍ଟନାୟକ, ନିର୍ଦ୍ଦେଶନା ପାଇଁ ଭୁବନେଶ୍ବରର ପ୍ରସନ୍ନ ମିଶ୍ର, ମଞ୍ଚକଳା ପାଇଁ ଅନ୍ତର୍ଯ୍ୟାମୀ ପଣ୍ଡା, ଓଡିଶୀ ନୃତ୍ୟ ପାଇଁ ବ୍ରଜ କିଶୋର ମଲ୍ଲିକ, ଲୋକନୃତ୍ୟ ପାଇଁ ଗଞ୍ଜାମ ଜିଲ୍ଲା ଭାଟକୁମରଡାର ନୀଳକଣ୍ଠ ତରାଇ, ଲୋକନାଟ୍ୟ ପାଇଁ ବରଗଡର ଡକ୍ଟର କେଶ ରଞ୍ଜନ ପ୍ରଧାନ, ଗୀତି କବିତା ପାଇଁ କଟକର ମିନାକ୍ଷୀ ଦେବୀ 2017-18 ପାଇଁ ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇବେ ।

ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସହ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ଘୋଷିତ
ଓଡିଶା ସଙ୍ଗୀତ ନାଟକ ଏକାଡେମୀ ସହ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ଘୋଷିତ

ଯଥାକ୍ରମେ 2018-19 ବର୍ଷ ଲାଗି ଓଡିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ପାଇଁ ୧୫ଜଣ ମନୋନୀତ ହୋଇଛନ୍ତି । ସେମାନେ ହେଲେ ଓଡିଶୀ କଣ୍ଠ ସଙ୍ଗୀତ ପାଇଁ ଗଞ୍ଜାମର ସୀମାଞ୍ଚଳ ଦାଶ, ହିନ୍ଦୁସ୍ତାନୀ କଣ୍ଠ ସଙ୍ଗୀତ ପାଇଁ ଭୁବନେଶ୍ବର ହରିହର ରଥ, ଯନ୍ତ୍ର ସଙ୍ଗୀତ (ତାର ବାଦ୍ୟ) ପାଇଁ କେନ୍ଦ୍ରାପଡାର ରମେଶ ଚନ୍ଦ୍ର ଦାସ, ଯନ୍ତ୍ର ସଙ୍ଗୀତ (ଆନଦ୍ଧ ବାଦ୍ୟ) ପାଇଁ କଟକର ରାଧାକାନ୍ତ ନନ୍ଦ, ସୁଗମ ସଙ୍ଗୀତ ପାଇଁ ଗୀତା ଦାଶ, ଲୋକବାଦ୍ୟ ପାଇଁ ସମ୍ବଲପୁରର ସନ୍ତୋଷ ସୁନା, ଲୋକ ସଙ୍ଗୀତ ପାଇଁ ବଲାଙ୍ଗୀର ସୁଶ୍ରୀ ବିଥିକା ଚାଟାର୍ଜୀ, ନାଟ୍ୟ ରଚନା ପାଇଁ ଭଦ୍ରକର ଡକ୍ଟର ସୁଧାଂଶୁ ନାୟକ, ଅଭିନୟ ପାଇଁ ଭୁବନେଶ୍ବରର ନିରଞ୍ଜନ ସାହୁ, ପୁରୀର ଲକ୍ଷ୍ମୀପ୍ରିୟା ମିଶ୍ର, ନିର୍ଦ୍ଦେଶନା ପାଇଁ ହରେନ କୁମାର ସାହୁ, ମଞ୍ଚକଳା ପାଇଁ କଳା ନିର୍ଦ୍ଦେଶକ ସଂଗ୍ରାମ କେଶରୀ ମହାରଣା, ଓଡିଶୀ ନୃତ୍ୟ ପାଇଁ କଟକର ମୀରା ଦାସ, ଲୋକନୃତ୍ୟ ପାଇଁ ପୁରୀର ମାଗୁଣୀ ଜେନା, ଲୋକନାଟ୍ୟ ପାଇଁ ଭଦ୍ରକର ବିଜୟ ବହଳି, ଗୀତିକବିତା ପାଇଁ ପୁରୀର ବଦ୍ରି ମିଶ୍ର ପୁରସ୍କାର ପାଇବା ପାଇଁ ମନୋନୀତ ହୋଇଛନ୍ତି ।

ଭୁବନେଶ୍ବରରୁ ଅଜିତ ଦାଶ, ଇଟିଭି ଭାରତ

ABOUT THE AUTHOR

...view details