ଓଡିଶା

odisha

ETV Bharat / city

ଦୁଇ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା

୨୦୧୯ ପାଇଁ ସମ୍ମାନଜନକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ପାଇବେ ଅଭିନେତା ଓ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର । ସେହିଭଳି ୨୦୨୦ ପାଇଁ ଏହି ପୁରସ୍କାରରେ ସମ୍ମାନିତ ହେବେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମକୁମ ମହାନ୍ତି । ଅଧିକ ପଢନ୍ତୁ...

By

Published : Aug 27, 2021, 9:28 PM IST

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ପାଇବେ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର
କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ପାଇବେ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର

ଭୁବନେଶ୍ବର: ଦୁଇ ବର୍ଷ ପାଇଁ ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ପୁରସ୍କାର ଘୋଷଣା ହୋଇଛି । ୨୦୧୯ ପାଇଁ ସମ୍ମାନଜନକ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ପାଇବେ ଅଭିନେତା ଓ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର । ସେହିଭଳି ୨୦୨୦ ପାଇଁ ଏହି ପୁରସ୍କାରରେ ସମ୍ମାନିତ ହେବେ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ପଦ୍ମଶ୍ରୀ କୁମକୁମ ମହାନ୍ତି । ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀ ଦ୍ୱାରା ପ୍ରଦତ୍ତ ଏହି ପୁରସ୍କାର ବାବଦରେ ଉଭୟଙ୍କୁ ନଗଦ ୫ ଲକ୍ଷ ଲେଖାଏଁ ଅର୍ଥରାଶି ସହିତ ମାନପତ୍ର ଓ ଉପଢୌକନ ପ୍ରଦାନ କରାଯିବ ।

କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ପୁରସ୍କାର ପାଇବେ ନିର୍ଦ୍ଦେଶକ ଅନନ୍ତ ମହାପାତ୍ର

ଆସନ୍ତା ୩୦ ତାରିଖରେ ଭୁବନେଶ୍ୱରର ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ହେବାକୁ ଥିବା ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଉଭୟଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ । ଆଜି(ଶୁକ୍ରବାର) ସନ୍ଧ୍ୟାରେ ଏହି ପୁରସ୍କାର ଘୋଷଣା କରି ଓଡ଼ିଶା ସଙ୍ଗୀତ ନାଟକ ଏକାଡେମୀର ସଭାପତି ଡ଼ଃ ଅରୁଣା ମହାନ୍ତି କହିଥିଲେ, ଜୀବନବ୍ୟାପୀ ସାଧନା ପାଇଁ ଉଭୟଙ୍କୁ ଏହି ପୁରସ୍କାରରେ ସମ୍ମାନିତ କରାଯିବ ।

ଏହାସହିତ ଏହିବର୍ଷ ପାଇଁ ମୋଟ ୪ଟି ବିଭାଗର ୩୪ଟି ଉପ ବିଭାଗରେ ପୁରସ୍କାର ପ୍ରଦାନ କରାଯିବ । ୨୦୧୯ରୁ ଆରମ୍ଭ ହୋଇଥିବା ସୁନନ୍ଦା ସମ୍ମାନ ପ୍ରଦାନ କରାଯିବ ଓ ଏ ବାବଦରେ ଅଢେଇ ଲକ୍ଷ ଟଙ୍କା ପ୍ରଦାନ କରାଯିବ ।

ଭୁବନେଶ୍ବରରୁ ଦେବସ୍ମିତା ରାଉତ, ଇଟିଭି ଭାରତ

ABOUT THE AUTHOR

...view details