ଓଡିଶା

odisha

ETV Bharat / city

Lakhimpur Kheri Violence: ଓଡିଶାରେ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି - କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି

ବହୁ ଚର୍ଚ୍ଚିତ ଲଖିମପୁର ଖେରି ହିଂସା(Lakhimpur Kheri Violence)ରେ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବିରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ।

Lakhimpur Kheri Violence: ଓଡିଶାରେ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି
Lakhimpur Kheri Violence: ଓଡିଶାରେ ମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି

By

Published : Dec 18, 2021, 8:42 AM IST

ଭୁବନେଶ୍ବର: ବହୁ ଚର୍ଚ୍ଚିତ ଲଖିମପୁର ଖେରି ହିଂସା(Lakhimpur Kheri Violence)ରେ କେନ୍ଦ୍ର ମନ୍ତ୍ରୀଙ୍କ ଇସ୍ତଫା ଦାବିରେ ରାଜ୍ୟପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ । ସମାଜବାଦୀପାର୍ଟି ଓଡିଶା ରାଜ୍ୟ କମିଟି ପକ୍ଷରୁ ସଭାପତି ରବି ବେହେରାଙ୍କ ନେତୃତ୍ବରେ ଏକ ତିନିଜଣିଆ ପ୍ରତିନିଧି ଦଳ ଦାବିପତ୍ର ପ୍ରଦାନ କରିଛନ୍ତି ।

ସୂଚନା ଅନୁଯାୟୀ, ସୁପ୍ରିମକୋର୍ଟଙ୍କ ଦ୍ବାରା ନିଯୁକ୍ତ SIT ଲଖିମପୁର ଖେରୀ ଘଟଣାରେ ଚାଷୀଙ୍କ ଉପରରେ ଗାଡି ଚଢାଇବା ଆକସ୍ମିକ ନଥିଲା ଏହା ଏକ ଯୋଜନାବଦ୍ଧ ଷଡଯନ୍ତ୍ର ବୋଲି ରିପୋର୍ଟ ପ୍ରକାଶ କରିଛନ୍ତି । ଏହାପରେ ସଂସଦରୁ ସଡ଼କ ପର୍ଯ୍ୟନ୍ତ କେନ୍ଦ୍ର ମନ୍ତ୍ରୀ ଅଜୟ ମିଶ୍ରାଙ୍କ ଇସ୍ତଫା ଦାବି କରି ଆନ୍ଦୋଳନ ଅବ୍ୟାହତ ରହିଛି । ଏହିପରିପ୍ରେକ୍ଷୀରେ ସମାଜବାଦୀ ପାର୍ଟି ଓଡ଼ିଶା ରାଜ୍ୟ କମିଟି ପକ୍ଷରୁ ମଧ୍ୟ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ରାଜଭବନ ଠାରେ ସାକ୍ଷାତ କରି ଏକ ୩ ଦଫା ସମ୍ବଳିତ ଦାବିପତ୍ର ପ୍ରଦାନ କରିଛନ୍ତି । ଅଜୟ ମିଶ୍ର ନୈତିକତା ଦୃଷ୍ଟିରୁ ଇସ୍ତଫା ଦେବା ଉଚିତ ବୋଲି ପାର୍ଟି ପକ୍ଷରୁ ଦାବିପତ୍ରରେ ଦର୍ଶାଯାଇଛି । ଯଦି ସେ ଇସ୍ତଫା ନ ଦିଅନ୍ତି, ତେବେ ପ୍ରଧାନମନ୍ତ୍ରୀ ତାଙ୍କୁ କ୍ୟାବିନେଟରୁ ବରଖାସ୍ତ କରନ୍ତୁ ବୋଲି ଦାବି କରାଯାଇଛି ।

ସେହିଭଳି ବାତ୍ୟା ଜଓ୍ବାଦ ଯୋଗୁଁ ଲଗାଣ ବର୍ଷାରେ ପାଚିଲା ଧାନ ଓ ପନିପରିବା ଫସଲ ହରାଇ ସର୍ବସାନ୍ତ ହୋଇଥିବା ଚାଷୀମାନଙ୍କୁ ତୁରନ୍ତ କ୍ଷତିପୂରଣ ଦେବା ପାଇଁ କେନ୍ଦ୍ର ସରକାର ଅଗ୍ରୀମ ୧ ହଜାର କୋଟି ଟଙ୍କାର ରିଲିଫ ସହାୟତା ପ୍ରଦାନ କରିବାକୁ ସମାଜବାଦୀ ପାର୍ଟି ପକ୍ଷରୁ ସ୍ମାରକପତ୍ରରେ ଦର୍ଶାଯାଇଛି । ଦୀର୍ଘଦିନ ଧରି ପାଣିରେ ବୁଡ଼ି ରହିଥିବା ଧାନର ରଙ୍ଗ ଛାଡ଼ିଯିବ ଓ ତା'ର ମାନ ଠିକ୍ ରହିବ ନାହିଁ କହି FCI ପକ୍ଷରୁ ଚାଷୀଙ୍କ ଠାରୁ ଧାନକିଣାରେ ଆଗାମୀ ଦିନରେ ଟାଳଟୁଳ ନୀତି ଅପଣାଇବ । ତେଣୁ ଚାଷୀ ମଣ୍ଡିକୁ ଆଣୁଥିବା ସମସ୍ତ ଧାନକୁ FCI କିଣିବା ପାଇଁ କେନ୍ଦ୍ର ଖାଦ୍ୟମନ୍ତ୍ରୀ ଓ ପ୍ରଧାନମନ୍ତ୍ରୀ ନିର୍ଦ୍ଦିଷ୍ଟ ପଦକ୍ଷେପ ନେବାକୁ ଏହି ସ୍ମାରପତ୍ରରେ ସମାଜବାଦୀ ପାର୍ଟି ପକ୍ଷରୁ ଦାବି କରାଯାଇଛି ।

ରାଜ୍ୟପାଳ ସ୍ମାରକପତ୍ର ଗ୍ରହଣ କରି ଏହାକୁ ଅବିଳମ୍ବେ କେନ୍ଦ୍ରକୁ ପଠାଇବେ ବୋଲି ପ୍ରତିନିଧି ଦଳଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି । ପ୍ରତିନିଧି ଦଳରେ ସଭାପତିଙ୍କ ସମେତ ପାର୍ଟିର ସାଧାରଣ ସମ୍ପାଦକ ସୁଦର୍ଶନ ପ୍ରଧାନ ଓ କୋଷାଧ୍ୟକ୍ଷ ସଞ୍ଜୟ ନାୟକ ପ୍ରମୁଖ ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଥିଲେ ।

ଭୁବନେଶ୍ବରରୁ ଭବାନୀ ଶଙ୍କର ଦାସ, ଇଟିଭି ଭାରତ

ABOUT THE AUTHOR

...view details