ଓଡିଶା

odisha

ETV Bharat / city

ଓଡିଶା ପୂର୍ବ ଭାରତର ରୋଲ ମଡେଲ: ମୋହନଦାସ ପାଏ - odisha role model of east india

‘ଓଡିଶା ନଲେଜ ହବ’ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଛନ୍ତି ଇନଫୋସିସର ପୂର୍ବତନ ନିର୍ଦ୍ଦେଶକ ମୋହନଦାସ ପାଏ । ଏହି ଅବସରରେ ଓଡିଶାକୁ ପୂର୍ବ ଭାରତର ରୋଲ ମଡେଲ ବୋଲି ସେ କହିଛନ୍ତି । ପଢନ୍ତୁ ସମ୍ପୂର୍ଣ୍ଣ ରିପୋର୍ଟ...

odisha role model
ଓଡିଶା ପୂର୍ବ ଭାରତର ରୋଲ ମଡେଲ: ମୋହନଦାସ ପାଏ

By

Published : Jan 24, 2020, 10:20 PM IST

ଭୁବନେଶ୍ବର: ଭାରତ ବିକାଶରେ ଟେକ୍ନୋଲୋଜି ଏବଂ ଡିଜିଟାଲାଇଜେସନ୍ ଏକ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଆଗାମୀ 2030ରେ ଭାରତର ଅର୍ଥନୀତି 10 ଟ୍ରିଲିୟନ ଡଲାରରେ ପହଁଞ୍ଚିବ । ବର୍ତ୍ତମାନ ଓଡିଶା ଶିକ୍ଷା କ୍ଷେତ୍ରରେ ପଶ୍ଚିମବଙ୍ଗ ଓ ବିହାର ରାଜ୍ୟରୁ ଭଲ ସ୍ଥିତିରେ ରହିଛି । ତେବେ ଓଡ଼ିଶାକୁ ଅଧିକ ଫୋକସ ଟେକ୍ନୋଲୋଜି ଏବଂ ଡିଜିଟାଲାଇଜେସନ ଉପରେ ଦେବାକଥା । ‘ଓଡିଶା ନଲେଜ ହବ’କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଇନଫୋସିସର ପୂର୍ବତନ ନିର୍ଦ୍ଦେଶକ, ମଣିପାଲ ଗ୍ଲୋବାଲ ୟୁନିଭରସିଟି ନିର୍ଦ୍ଦେଶକ ମୋହନଦାସ ପାଏ କହିଛନ୍ତି।

ଓଡିଶା ପୂର୍ବ ଭାରତର ରୋଲ ମଡେଲ: ମୋହନଦାସ ପାଏ

ଏହାସହ ଚାଷ କ୍ଷେତ୍ରରେ ଭାରତ ବିଶ୍ବରେ ଏକ ନମ୍ବର । କିନ୍ତୁ ସଠିକ୍ ବଜାର ଓ ମଧ୍ୟସ୍ଥିଙ୍କ ପାଇଁ ସେମାନେ ଠିକ୍ ଦାମ୍ ପାଉ ନାହାନ୍ତି । ଚାଷୀ ଓ ଚାଷର ଉନ୍ନତି ପାଇଁ ଶିକ୍ଷା, ଟେକ୍ନୋଲୋଜି ଓ ମାର୍କେଟ କନେକ୍ଟିଭିଟି ଦରକାର । ଓଡିଶା ପୂର୍ବ ଭାରତର ରୋଲ ମଡେଲ । ଗତ ୨୦ ବର୍ଷ ମଧ୍ୟରେ ଓଡିଶା ବହୁତ ଉନ୍ନତି କରିଛି । ଭଲ ମୁଖ୍ୟମନ୍ତ୍ରୀ ଓ ବ୍ୟୁରୋକ୍ରାଟ୍ ମିଳିଛି । ମୁଖ୍ୟମନ୍ତ୍ରୀ ଜଣେ ଭବିଷ୍ୟଦ୍ରଷ୍ଟା । ପ୍ରାକୃତିକ ସଂମ୍ପଦ ମଧ୍ୟରୁ ମଧ୍ୟରୁ ବାହାର୍ ଏବେ ଓଡିଶା ହ୍ୟୁମାନ୍ ଡେଭଲୋପମେଣ୍ଟରେ ଖୁବ୍ ଅଗ୍ରଗତି କରିଛି ।

ଏହାସହ ଆସନ୍ତା ବଜେଟ୍ ବାବଦରେ ରଖିଲେ ମତ । ଭାରତ ଜଟିଳ ଆର୍ଥିକ ପରିସ୍ଥିତି ଦେଇ ଗତି କରୁଛି । ଖୋଲା ବଜାରରେ ପଇସା ନାହିଁ, ବ୍ୟାଙ୍କ ଋଣ ଦେଉନି । ଏଭଳି କ୍ଷେତ୍ରରେ ଭାରତ ଆଗାମୀ ୩୦ ବର୍ଷ ପାଇଁ ଜାପାନ ଠାରୁ କମ୍‌ ସୁଧରେ ଋଣ ଆଣି ଭାରତରେ ବିନିଯୋଗ କରିବା ଦରକାର । ଏହା ଦ୍ବାରା ଭାରତର ଆର୍ଥିକ ସ୍ଥିତି ନିୟନ୍ତ୍ରଣରେ ରହିବ । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଶାସନ ସଚିବ, ଗୃହ ସଚିବ ସମେତ ବିଭିନ୍ନ ବିଭାଗର ଅଧିକାରୀ ଓ ଭିଡିଓ କନଫରେନ୍ସିଂ ଜରିଆରେ ବିଭିନ୍ନ ଜିଲ୍ଲାର ଜିଲ୍ଲାପାଳ ସାମିଲ ହୋଇଥିଲେ ।

ଭୁବନେଶ୍ବରରୁ ତପନ ଦାସ, ଇଟିଭି ବାରତ

ABOUT THE AUTHOR

...view details