ଓଡିଶା

odisha

ETV Bharat / city

5ଦଫା ଦାବି ନେଇ ଓଡିଶା ରିଟେଲର ସଙ୍ଘର ବିକ୍ଷୋଭ - 5 ଦଫା ଦାବିରେ ରାଜ୍ୟ ରିଟେଲର ସଙ୍ଘର ଧାରଣା

5 ଦଫା ଦାବି ନେଇ ଭୁବନେଶ୍ବରରେ ଧାରଣା ଦେଇଛି ଓଡିଶା ରାଜ୍ୟ ରିଟେଲର ସଙ୍ଘ । 13 ହଜାରରୁ ଊର୍ଦ୍ଧ୍ବ ପ୍ରାଇଭେଟ ରିଟେଲରଙ୍କୁ ସରକାର ହଟାଇବା ଘୋଷଣା କରିଛନ୍ତି । ଏହାକୁ ସଙ୍ଘ ପକ୍ଷରୁ ବିରୋଧ କରାଯାଇଛି ।

5ଦଫା ଦାବି ନେଇ ଓଡିଶା ରିଟେଲର ସଙ୍ଘର ବିକ୍ଷୋଭ
5ଦଫା ଦାବି ନେଇ ଓଡିଶା ରିଟେଲର ସଙ୍ଘର ବିକ୍ଷୋଭ

By

Published : Nov 26, 2019, 8:25 PM IST

ଭୁବନେଶ୍ବର: 5 ଦଫା ଦାବି ନେଇ ରାଜଧାନୀରେ ଧାରଣା ଦେଇଛି ଓଡିଶା ରାଜ୍ୟ ରିଟେଲର ସଙ୍ଘ। ପାଖାପାଖି 13 ହଜାରରୁ ଊର୍ଦ୍ଧ୍ବ ପ୍ରାଇଭେଟ ରିଟେଲରଙ୍କୁ ସରକାର ହଟାଇ ସେମାନଙ୍କ ସ୍ଥାନରେ ସ୍ବୟଂ ସହାୟକ ଗୋଷ୍ଠୀଙ୍କୁ ଏହି ଦାୟିତ୍ବ ଦିଆଯିବ ବୋଲି ଘୋଷଣା କରିଛନ୍ତି । ଯାହାକୁ ସଙ୍ଘ ପକ୍ଷରୁ ବିରୋଧ କରାଯିବ ସହିତ ଅନ୍ୟାନ୍ୟ ଦାବି ପୂରଣ ପାଇଁ ବିଧାନସଭା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି ।

5ଦଫା ଦାବି ନେଇ ଓଡିଶା ରିଟେଲର ସଙ୍ଘର ବିକ୍ଷୋଭ


ଦୀର୍ଘ ଦିନ ଧରି ସାଧାରଣ ଲୋକଙ୍କ ନିକଟରେ ସୁବିଧା ପ୍ରଦାନ କରିବା ସହିତ ବିଭିନ୍ନ ସମୟରେ ସରକାରଙ୍କୁ ସହଯୋଗ କରି ଆସୁଥିବା ଏହି ସଙ୍ଘ ସରକାରଙ୍କ ଘୋଷଣାର ପୁନର୍ବିଚାର ଦାବି କରିଛି । ଏହାସହ ପ୍ରାଇଭେଟ ରିଟେଲରମାନଙ୍କୁ କାର୍ଯ୍ୟ ଦକ୍ଷତା ଭିତ୍ତିରେ ନିୟମିତ ସନନ୍ଦ ନବୀକରଣ ଆଦେଶ ପ୍ରଦାନ କରିବା, ଚାଉଳ, ଗହମ ପରି କିରାସିନି ତେଲ ଦୋକାନ ପରିସରରେ ଯୋଗାଇ ଦେବା ଓ ଖୁଚୁରା ବିକ୍ରି ଭଳି ବିଭିନ୍ନ ଦାବି କରିଛନ୍ତି ।


ସେହିପରି ସରକାରଙ୍କ ଯୋଗାଣ ମୁତାବକ ପିଓଏସ ମେସିନ ବକେୟା କମିଶନ ପ୍ରଦାନ ସହିତ ନିୟମିତ କମିଶନ ପ୍ରଦାନ, ଦୋକାନ ଘରଭଡା ଓ ବିଦ୍ୟୁତ ଶୁଳ୍କ ପ୍ରଦାନ ଏବଂ ଅନ୍ୟ ରାଜ୍ୟ ଭଳି ଓଡ଼ିଶାର ରିଟେଲରମାନଙ୍କୁ ସମସ୍ତ ସୁବିଧା ଯୋଗାଇବାକୁ ସଙ୍ଘ ଦାବି କରିଛି ।


ଯଦି ସରକାର ଏବିଷୟରେ କୌଣସି ପଦକ୍ଷେପ ନନିଅନ୍ତି ତେବେ ଏହା ବିରୋଧରେ ସଙ୍ଘ କୋର୍ଟକୁ ଯିବ ବୋଲି କହିଛନ୍ତି ଅଖିଳ ଭାରତୀୟ ରିଟେଲର ସଙ୍ଘର ସାଧାରଣ ସମ୍ପାଦକ ବିଶ୍ବମ୍ବର ବସୁ । କାରଣ ଏହା ଦ୍ବାରା ସିଧାସଳଖ ଭାବେ 14 ହାଜରରୁ ଊର୍ଦ୍ଧ୍ବ ପରିବାର ଜୀବିକା ହରାଇବେ ବୋଲି ସେ କହିଛନ୍ତି ।


ଭୁବନେଶ୍ବରରୁ ଲକ୍ଷ୍ମୀକାନ୍ତ ଦାସ, ଇଟିଭି ଭାରତ

ABOUT THE AUTHOR

...view details