ଭୁବନେଶ୍ବର:ରାଜ୍ୟରେ ତଳମୁହାଁ ହେଉଛି କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨ହଜାର ୧୦୬ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୩୨୪ କିଶୋର କିଶୋରୀ ରହିଥିବା ବେଳେ ୧୨୨୯ କ୍ବାରେଣ୍ଟାଇନ ସେଣ୍ଟର ଓ ୮୭୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୨୯ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୯୭, ବାଲେଶ୍ବରରୁ ୪୦, ବରଗଡରୁ ୧୭, ଭଦ୍ରକରୁ ୪୦, ବଲାଙ୍ଗୀରରୁ ୬୫, ବୌଦ୍ଧରୁ ୫୫, କଟକରୁ ୧୪୫, ଦେବଗଡରୁ ୯, ଢେଙ୍କାନାଳରୁ ୬୧, ଗଜପତିରୁ ୬୪, ଗଞ୍ଜାମରୁ ୩୫, ଜଗତସିଂହପୁରରୁ ୩୨, ଯାଜପୁରରୁ ୫୩, ଝାରସୁଗୁଡାରୁ ୫୬, କଳାହାଣ୍ଡିରୁ ୩୬, କନ୍ଧମାଳରୁ ୪୪, କେନ୍ଦ୍ରାପଡାରୁ ୭୬, କେନ୍ଦୁଝରରୁ ୪୦, କୋରାପୁଟରୁ ୪୫, ମାଲକାନଗିରିରୁ୭, ମୟୂରଭଞ୍ଜରୁ ୪୨ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।