ଓଡିଶା

odisha

ETV Bharat / city

Odisha Corona Report: ଦିନକରେ ୨୬୯୭ ସଂକ୍ରମିତ ଚିହ୍ନଟ - ଓଡିଶା କୋରୋନା ନ୍ୟୁଜ

ଗତ ୨୪ ଘଣ୍ଟାରେ ୨ ହଜାର ୬୯୭ କୋରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୬୨,୧୦୨ରେ ପହଞ୍ଚିଛି । ଅଧିକ ପଢନ୍ତୁ

Odisha Corona Report: ଦିନକରେ ୨୬୯୭ ସଂକ୍ରମିତ ଚିହ୍ନଟ
Odisha Corona Report: ଦିନକରେ ୨୬୯୭ ସଂକ୍ରମିତ ଚିହ୍ନଟ

By

Published : Feb 4, 2022, 9:56 AM IST

Updated : Feb 4, 2022, 10:05 AM IST

ଭୁବନେଶ୍ବର:ରାଜ୍ୟରେ ଧିରେ ଧିର ତଳମୁହାଁ ହୋଉଛି କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୨ହଜାର ୬୯୭ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୪୩୫ କିଶୋର କିଶୋରୀ ରହିଥିବା ବେଳେ ୧୫୬୮ କ୍ବାରେଣ୍ଟାଇନ ସେଣ୍ଟର ଓ ୧୧୨୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୫୧୩ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୫୫, ବାଲେଶ୍ବରରୁ ୭୩, ବରଗଡରୁ ୫୩, ଭଦ୍ରକରୁ ୪୮, ବଲାଙ୍ଗୀରରୁ ୯୮, ବୌଦ୍ଧରୁ ୪୮, କଟକରୁ ୧୩୮, ଦେବଗଡରୁ ୩୯, ଢେଙ୍କାନାଳରୁ ୪୦, ଗଜପତିରୁ ୫୯, ଗଞ୍ଜାମରୁ ୧୬, ଜଗତସିଂହପୁରରୁ ୬୭, ଯାଜପୁରରୁ ୧୨୭, ଝାରସୁଗୁଡାରୁ ୩୬, କଳାହାଣ୍ଡିରୁ 9୫, କନ୍ଧମାଳରୁ ୩୪, କେନ୍ଦ୍ରାପଡାରୁ ୪୦, କେନ୍ଦୁଝରରୁ ୪୪, କୋରାପୁଟରୁ ୪୧, ମାଲକାନଗିରିରୁ୧୮, ମୟୂରଭଞ୍ଜରୁ ୧୨୮ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ ୭୫, ନୟାଗଡରୁ ୯୬, ନୂଆପଡାରୁ ୫୫, ପୁରୀରୁ ୬୩, ରାୟଗଡାରୁ ୮୫, ସମ୍ବଲପୁରରୁ ୮୫, ସୋନପୁରରୁ ୨୯, ସୁନ୍ଦରଗଡରୁ ୨୯୧ ଓ ଷ୍ଟେଟପୁଲରୁ ୧୦୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ଲକ୍ଷ ୬୨,୧୦୨ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 4, 2022, 10:05 AM IST

ABOUT THE AUTHOR

...view details