ଓଡିଶା

odisha

ETV Bharat / city

Odisha Corona Report: ଦିନକରେ 10,368 ସଂକ୍ରମିତ ଚିହ୍ନଟ - ଓଡିଶା କୋରୋନା ଅପଡେଟ

ଗତ ୨୪ ଘଣ୍ଟାରେ 10ହଜାର 368 କୋରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 11,77, 462ରେ ପହଞ୍ଚିଛି । ଅଧିକ ପଢନ୍ତୁ

Odisha Corona Report: ଦିନକରେ 10,368 ସଂକ୍ରମିତ ଚିହ୍ନଟ
Odisha Corona Report: ଦିନକରେ 10,368 ସଂକ୍ରମିତ ଚିହ୍ନଟ

By

Published : Jan 20, 2022, 9:21 AM IST

ଭୁବନେଶ୍ବର:ସାମାନ୍ୟ ଖସିଲା କୋରୋନା ସଂକ୍ରମଣ । ଗତକାଲି 11 ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ 10 ହଜାରକୁ ଖସିଛି। ଗତ 24 ଘଣ୍ଟାରେ 10ହଜାର 368 କୋରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 1090କିଶୋର କିଶୋରୀ ରହିଥିବା ବେଳେ 6015 କ୍ବାରେଣ୍ଟାଇନ ସେଣ୍ଟର ଓ 4353ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 3036 ଟି ମାମଲା ରହିଥିବା ବେଳେ ଅନୁଗୋଳରୁ 136, ବାଲେଶ୍ବରରୁ 304, ବରଗଡରୁ 152, ଭଦ୍ରକରୁ 129, ବଲାଙ୍ଗୀରରୁ 253, ବୌଦ୍ଧରୁ 76, କଟକରୁ 940, ଦେବଗଡରୁ 78, ଢେଙ୍କାନାଳରୁ 83, ଗଜପତିରୁ 100 , ଗଞ୍ଜାମରୁ 87, ଜଗତସିଂହପୁରରୁ 165, ଯାଜପୁରରୁ 290, ଝାରସୁଗୁଡାରୁ 157, କଳାହାଣ୍ଡିରୁ 194, କନ୍ଧମାଳରୁ 83, କେନ୍ଦ୍ରାପଡାରୁ 106, କେନ୍ଦୁଝରରୁ 123, କୋରାପୁଟରୁ 202, ମାଲକାନଗିରିରୁ 58, ମୟୂରଭଞ୍ଜରୁ 165, ନବରଙ୍ଗପୁରରୁ 162, ନୟାଗଡରୁ 149, ନୂଆପଡାରୁ 196, ପୁରୀରୁ 140, ରାୟଗଡାରୁ 208, ସମ୍ବଲପୁରରୁ 247, ସୋନପୁରରୁ 180, ସୁନ୍ଦରଗଡରୁ 1505 ଓ ଷ୍ଟେଟପୁଲରୁ 664ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 11,77, 462ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details