ଭୁବନେଶ୍ବର:ସାମାନ୍ୟ ଖସିଲା କୋରୋନାର ଦୈନିକ ସଂକ୍ରମଣ । ଗତକାଲି ୧୧ ହଜାର ପାର କରିଥିବା ବେଳେ ଆଜି ତଳକୁ ଖସିଛି ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୧୦ ହଜାର ୪୮୯ କୋରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୯୮୨ କିଶୋର କିଶୋରୀ ରହିଥିବା ବେଳେ ୬୦୮୨ କ୍ବାରେଣ୍ଟାଇନ ସେଣ୍ଟର ଓ ୪୪୦୭ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
Odisha Corona Report: ଦିନକରେ ୧୦୪୮୯ ପଜିଟିଭ ଚିହ୍ନଟ - ଓଡିଶା କୋରୋନା ଦୈନିକ ସଂକ୍ରମଣ
ଗତକାଲି ୧୧ ହଜାର ପାର କରିଥିବା ବେଳେ ଆଜି ତଳକୁ ଖସିଛି ରାଜ୍ୟରେ ଦୈନିକ ସଂକ୍ରମିତଙ୍କ ସଂଖ୍ୟା । ଗତ ୨୪ ଘଣ୍ଟାରେ ୧୦ ହଜାର ୪୮୯ କୋରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ଅଧିକ ପଢନ୍ତୁ
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୯୩୪ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୧୫୮, ବାଲେଶ୍ବରରୁ ୪୩୩, ବରଗଡରୁ ୧୬୬, ଭଦ୍ରକରୁ ୧୧୮, ବଲାଙ୍ଗୀରରୁ ୨୩୮୨, ବୌଦ୍ଧରୁ ୮୫, କଟକରୁ ୭୮୬, ଦେବଗଡରୁ ୪୪, ଢେଙ୍କାନାଳରୁ ୭୦, ଗଜପତିରୁ ୧୦୯, ଗଞ୍ଜାମରୁ ୯୨, ଜଗତସିଂହପୁରରୁ ୨୦୭, ଯାଜପୁରରୁ ୧୯୫, ଝାରସୁଗୁଡାରୁ ୨୨୫, କଳାହାଣ୍ଡିରୁ ୧୬୩, କନ୍ଧମାଳରୁ ୫୬, କେନ୍ଦ୍ରାପଡାରୁ ୯୦, କେନ୍ଦୁଝରରୁ ୧୦୫, କୋରାପୁଟରୁ ୧୬୨, ମାଲକାନଗିରିରୁ ୫୫, ମୟୂରଭଞ୍ଜରୁ ୩୮୩, ନବରଙ୍ଗପୁରରୁ ୧୫୯, ନୟାଗଡରୁ ୧୯୩, ନୂଆପଡାରୁ ୧୦୮, ପୁରୀରୁ ୧୯୮, ରାୟଗଡାରୁ ୨୫୩, ସମ୍ବଲପୁରରୁ ୩୮୭, ସୋନପୁରରୁ ୧୬୩, ସୁନ୍ଦରଗଡରୁ ୧୪୪୭ ଓ ଷ୍ଟେଟପୁଲରୁ ୭୦୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୪୪,୪୦୧ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ