ଓଡିଶା

odisha

By

Published : Jan 26, 2022, 10:24 AM IST

ETV Bharat / city

Odisha Corona: ପୁଣି ବଢିଲା ପଜିଟିଭ, ଦିନକରେ ୭୪୨୬ ସଂକ୍ରମିତ ୧୦ମୃତ

ଦିନେ କମିଲେ ଦିନେ ବଢୁଛି କୋରୋନା ଦୈନିକ ସଂକ୍ରମଣ । ରାଜ୍ୟରେ ୨୪ ଘଣ୍ଟାରେ ୭ ହଜାର ୪୨୬ କୋରୋନା ପଜିଟିଭ ଚିହ୍ନଟ । ଅଧିକ ପଢନ୍ତୁ

ପୁଣି ବଢିଲା ପଜିଟିଭ, ଦିନକରେ ୭୪୨୬ ସଂକ୍ରମିତ ୧୦ମୃତ
ପୁଣି ବଢିଲା ପଜିଟିଭ, ଦିନକରେ ୭୪୨୬ ସଂକ୍ରମିତ ୧୦ମୃତ

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି ଦୈନିକ କୋରୋନା ସଂକ୍ରମଣ । ୨୪ ଘଣ୍ଟାରେ ୨୪ ଘଣ୍ଟାରେ ୭ ହଜାର ୪୨୬ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୮୬୭ କିଶୋର କିଶୋରୀ ରହିଥିବା ବେଳେ ୪୩୦୬ କ୍ବାରେଣ୍ଟାଇନ ସେଣ୍ଟର ଓ ୩୧୨୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଏହା ଗୋଟିଏ ଦିନରେ ୧୦ଜଣଙ୍କ ଜୀବନ ନେଇଛି କିଲର କୋରୋନା । ମୃତକଙ୍କ ମଧ୍ୟରେ ସୁନ୍ଦରଗଡ଼, ଖୋର୍ଦ୍ଧା ଜିଲ୍ଲାରୁ ୪ଜଣ ଲେଖାଏଁ ରହିଥିବା ବେଳେ ଅନୁଗୁଳ ଓ କନ୍ଧମାଳ ଜିଲ୍ଲାରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯୫୯ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୧୦୯, ବାଲେଶ୍ବରରୁ ୪୯୬, ବରଗଡରୁ ୧୩୪, ଭଦ୍ରକରୁ ୧୦୦, ବଲାଙ୍ଗୀରରୁ ୨୦୭, ବୌଦ୍ଧରୁ ୯୮, କଟକରୁ ୫୪୮, ଦେବଗଡରୁ ୨୫, ଢେଙ୍କାନାଳରୁ ୩୭, ଗଜପତିରୁ ୯୯ , ଗଞ୍ଜାମରୁ ୩୪, ଜଗତସିଂହପୁରରୁ ୧୨୯, ଯାଜପୁରରୁ ୧୫୨, ଝାରସୁଗୁଡାରୁ ୪୫, କଳାହାଣ୍ଡିରୁ ୧୮୮, କନ୍ଧମାଳରୁ ୧୨୩, କେନ୍ଦ୍ରାପଡାରୁ ୮୪, କେନ୍ଦୁଝରରୁ ୧୩୬, କୋରାପୁଟରୁ ୧୫୯, ମାଲକାନଗିରିରୁ ୬୭, ମୟୂରଭଞ୍ଜରୁ ୧୬୬, ନବରଙ୍ଗପୁରରୁ ୧୧୭, ନୟାଗଡରୁ ୨୪୫, ନୂଆପଡାରୁ ୧୯୧, ପୁରୀରୁ ୧୦୬, ରାୟଗଡାରୁ ୧୩୧, ସମ୍ବଲପୁରରୁ ୧୬୦, ସୋନପୁରରୁ ୨୧୨, ସୁନ୍ଦରଗଡରୁ ୭୭୮ ଓ ଷ୍ଟେଟପୁଲରୁ ୩୯୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 12 ଲକ୍ଷ 25 ହଜାର 268ରେ ପହଞ୍ଚିଛି ।

ଏଯାବତ ମହାମାରୀରୁ 1142161ଜଣ ଆକ୍ରାନ୍ତ ଆରୋଗ୍ୟ ହୋଇଛନ୍ତି । ବର୍ତ୍ତମାନ ରାଜ୍ୟରେ ମୋଟ 74512 ସକ୍ରିୟ ମାମଲା ରହିଛି । 27318915ଜଣଙ୍କ କୋରୋନା ନମୂନା ପରୀକ୍ଷା କରାଯାଇଛି । ରାଜ୍ୟରେ ମୋଟ କୋରୋନାଜନିତ ମୃତ୍ୟୁ ସଂଖ୍ୟା ୮୫୪୨କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details