ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନାର ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ 1572 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 309 କିଶୋର କିଶୋରୀ ରହିଥିବା ବେଳେ 918 କ୍ବାରେଣ୍ଟାଇନ ସେଣ୍ଟର ଓ 654 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 233ଟି ମାମଲା ରହିଥିବା ବେଳେ ଅନୁଗୋଳରୁ 9, ବାଲେଶ୍ବରରୁ 62, ବରଗଡରୁ 25, ଭଦ୍ରକରୁ 27, ବଲାଙ୍ଗୀରରୁ 40, ବୌଦ୍ଧରୁ 25, କଟକରୁ 161, ଦେବଗଡରୁ 20, ଢେଙ୍କାନାଳରୁ 35, ଗଜପତିରୁ 47, ଗଞ୍ଜାମରୁ 27, ଜଗତସିଂହପୁରରୁ 48, ଯାଜପୁରରୁ 52, ଝାରସୁଗୁଡାରୁ 13, କଳାହାଣ୍ଡିରୁ 22, କନ୍ଧମାଳରୁ 62, କେନ୍ଦ୍ରାପଡାରୁ 30, କେନ୍ଦୁଝରରୁ 43, କୋରାପୁଟରୁ 87, ମାଲକାନଗିରିରୁ 6, ମୟୂରଭଞ୍ଜରୁ 60 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।