ଓଡିଶା

odisha

ETV Bharat / city

Odisha Corona: ଖସିଲା ସଂକ୍ରମଣ, ଆଉ ୫୦୫୭ ପଜିଟିଭ ଚିହ୍ନଟ - odisha corona reports

ଗତ ୨୪ ଘଣ୍ଟାରେ ୫ ହଜାର ୫୭ କୋରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୩୬, ୨୨୬ରେ ପହଞ୍ଚିଛି । ଅଧିକ ପଢନ୍ତୁ

Odisha Corona: ଖସିଲା ସଂକ୍ରମଣ, ଦିନକରେ ୫୦୫୭ ପଜିଟିଭ ଚିହ୍ନଟ
Odisha Corona: ଖସିଲା ସଂକ୍ରମଣ, ଦିନକରେ ୫୦୫୭ ପଜିଟିଭ ଚିହ୍ନଟ

By

Published : Jan 28, 2022, 9:47 AM IST

ଭୁବନେଶ୍ବର:ରାଜ୍ୟରେ କମୁଛି ବଢୁଛି କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୫ ହଜାର ୫୭ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୬୬୭ କିଶୋର କିଶୋରୀ ରହିଥିବା ବେଳେ ୨୯୩୨ କ୍ବାରେଣ୍ଟାଇନ ସେଣ୍ଟର ଓ ୨୧୨୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୧୧୧ଟି ମାମଲା ରହିଛି ।

ସେହିପରି ଅନୁଗୋଳରୁ ୧୧୦, ବାଲେଶ୍ବରରୁ ୨୦୨, ବରଗଡରୁ ୮୫, ଭଦ୍ରକରୁ ୯୧, ବଲାଙ୍ଗୀରରୁ ୧୩୩, ବୌଦ୍ଧରୁ୪୪, କଟକରୁ ୪୯୫, ଦେବଗଡରୁ ୫୧, ଢେଙ୍କାନାଳରୁ ୬୯, ଗଜପତିରୁ ୬୮, ଗଞ୍ଜାମରୁ ୬୦, ଜଗତସିଂହପୁରରୁ ୧୨୫, ଯାଜପୁରରୁ ୧୨୮, ଝାରସୁଗୁଡାରୁ ୫୦, କଳାହାଣ୍ଡିରୁ ୧୪୦, କନ୍ଧମାଳରୁ ୮୪, କେନ୍ଦ୍ରାପଡାରୁ ୩୪, କେନ୍ଦୁଝରରୁ ୪୯, କୋରାପୁଟରୁ ୭୬, ମାଲକାନଗିରିରୁ ୫୮, ମୟୂରଭଞ୍ଜରୁ ୧୩୫, ନବରଙ୍ଗପୁରରୁ ୧୩୫, ନୟାଗଡରୁ ୨୧୭, ନୂଆପଡାରୁ ୧୯୦, ପୁରୀରୁ ୯୪, ରାୟଗଡାରୁ ୮୫, ସମ୍ବଲପୁରରୁ ୧୭୯, ସୋନପୁରରୁ ୧୦୪, ସୁନ୍ଦରଗଡରୁ ୪୨୯ ଓ ଷ୍ଟେଟପୁଲରୁ ୨୨୫ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୨,୩୬, ୨୨୬ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ ମୋଟ ୬୪୨୧୭ ସକ୍ରିୟ ମାମଲା ରହିଛି । ୨୭୪୪୩୭୫୯ ଜଣଙ୍କ କୋରୋନା ନମୂନା ପରୀକ୍ଷା କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details