ଓଡିଶା

odisha

ETV Bharat / city

Odisha Corona Report: ରାଜ୍ୟରେ ଆଉ ୧୧,୬୦୭ ପଜିଟିଭ, ୬ ମୃତ - ଦୈନିକ ପଜିଟିଭ ରିପୋର୍ଟ

ଗତ ୨୪ ଘଣ୍ଟାରେ ୧୧ ହଜାର ୬୦୭ କୋରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୬୭,୦୯୪ରେ ପହଞ୍ଚିଛି । ଅଧିକ ପଢନ୍ତୁ

ରାଜ୍ୟରେ ଆଉ ୧୧,୬୦୭ ପଜିଟିଭ
ରାଜ୍ୟରେ ଆଉ ୧୧,୬୦୭ ପଜିଟିଭ

By

Published : Jan 19, 2022, 9:41 AM IST

Updated : Jan 19, 2022, 11:18 AM IST

ଭୁବନେଶ୍ବର: ସାମାନ୍ୟ ଖସିବା ପରେ ଆଜି ପୁଣି ବଢିଲା ସଂକ୍ରମଣ । ଆଜି ପୁଣି ୧୧ ହଜାର ଅତିକ୍ରମ କରିଛି ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୧ ହଜାର ୬୦୭ କୋରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୯୯୧ କିଶୋର କିଶୋରୀ ରହିଥିବା ବେଳେ ୬୭୨୮ କ୍ବାରେଣ୍ଟାଇନ ସେଣ୍ଟର ଓ ୪୮୭୯ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୪୩୪୭ଟି ମାମଲା ରହିଥିବାବେଳେ ଅନୁଗୋଳରୁ ୧୮୫, ବାଲେଶ୍ବରରୁ ୩୦୫ , ବରଗଡରୁ ୧୪୫, ଭଦ୍ରକରୁ ୧୫୩, ବଲାଙ୍ଗୀରରୁ ୨୨୯, ବୌଦ୍ଧରୁ ୭୮, କଟକରୁ ୮୯୮, ଦେବଗଡରୁ ୭୫, ଢେଙ୍କାନାଳରୁ ୭୧, ଗଜପତିରୁ ୮୭, ଗଞ୍ଜାମରୁ ୯୩, ଜଗତସିଂହପୁରରୁ ୧୩୪, ଯାଜପୁରରୁ ୨୩୧, ଝାରସୁଗୁଡାରୁ ୨୧୯, କଳାହାଣ୍ଡିରୁ ୧୦୩, କନ୍ଧମାଳରୁ ୮୦, କେନ୍ଦ୍ରାପଡାରୁ ୧୧୯, କେନ୍ଦୁଝରରୁ ୧୨୧, କୋରାପୁଟରୁ ୧୬୮, ମାଲକାନଗିରିରୁ ୮୫, ମୟୂରଭଞ୍ଜରୁ ୧୭୪ ଚିହ୍ନଟ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ ୧୪୯, ନୟାଗଡରୁ ୨୦୬, ନୂଆପଡାରୁ ୧୬୬, ପୁରୀରୁ ୧୫୭, ରାୟଗଡାରୁ ୨୨୯, ସମ୍ବଲପୁରରୁ ୩୯୦, ସୋନପୁରରୁ ୧୧୪, ସୁନ୍ଦରଗଡରୁ ୧୨୧୯ ଓ ଷ୍ଟେଟପୁଲରୁ ୮୭୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା 11,67094ରେ ପହଞ୍ଚିଛି । ସୁସ୍ଥ ହୋଇଛନ୍ତି 7745 ଜଣ । ଏହାକୁ ମିଶାଇ ସମୁଦାୟ ସୁସ୍ଥ ସଂଖ୍ୟା 1073777ରେ ପହଞ୍ଚିଛି । ରାଜ୍ୟରେ ବର୍ତ୍ତମାନ 84770ଟି ସକ୍ରିୟ ମାମଲା ରହିଛି ।

ଏହାବାଦ ରାଜ୍ୟରେ ମୃତ୍ୟୁରେ ବ୍ରେକ ଲାଗୁନାହିଁ । କିଛି ଦିନ ବ୍ୟବଧାନ ପରେ ୫ ପାର ହୋଇଛି ମୃତ୍ୟୁ ସଂଖ୍ୟା । ଆଜି ୬ ଜଣଙ୍କ ଜୀବନ ନେଇଛି କିଲର କୋରୋନା । ଏହାକୁ ମିଶାଇ ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮ ହଜାର ୪୯୪ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 19, 2022, 11:18 AM IST

ABOUT THE AUTHOR

...view details