ଭୁବନେଶ୍ବର: ସାମାନ୍ୟ ଖସିବା ପରେ ଆଜି ପୁଣି ବଢିଲା ସଂକ୍ରମଣ । ଗତକାଲି ୧୦ ହଜାର ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ପୁଣି ୧୧ହଜାର ଅତିକ୍ରମ କରିଛି । ଗତ ୨୪ ଘଣ୍ଟାରେ ୧୧ ହଜାର ୮୬ କୋରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୦୬୧ କିଶୋର କିଶୋରୀ ରହିଥିବା ବେଳେ ୬୪୩୧ କ୍ବାରେଣ୍ଟାଇନ ସେଣ୍ଟର ଓ ୪୬୫୫ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
Odisha Corona Report: ୧୨ ହଜାର ମୁହାଁ ଦୈନିକ ସଂକ୍ରମଣ - ଓଡିଶା କୋରୋନା ଅପଡେଟ
ଗତ ୨୪ ଘଣ୍ଟାରେ ୧୧ ହଜାର ୮୬ କୋରୋନା ପଜିଟିଭ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୫୫,୪୮୭ରେ ପହଞ୍ଚିଛି । ଅଧିକ ପଢନ୍ତୁ
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୬୯ ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୧୩୯, ବାଲେଶ୍ବରରୁ ୩୨୩, ବରଗଡରୁ ୧୨୫, ଭଦ୍ରକରୁ ୧୩୨, ବଲାଙ୍ଗୀରରୁ ୩୦୦, ବୌଦ୍ଧରୁ ୮୩, କଟକରୁ ୭୬୬, ଦେବଗଡରୁ ୫୩, ଢେଙ୍କାନାଳରୁ ୧୫୭, ଗଜପତିରୁ ୯୩, ଗଞ୍ଜାମରୁ ୧୧୬, ଜଗତସିଂହପୁରରୁ ୨୭୩, ଯାଜପୁରରୁ ୨୭୫, ଝାରସୁଗୁଡାରୁ ୧୩୨, କଳାହାଣ୍ଡିରୁ ୨୫୩, କନ୍ଧମାଳରୁ ୫୧, କେନ୍ଦ୍ରାପଡାରୁ ୮୫, କେନ୍ଦୁଝରରୁ ୨୨୩, କୋରାପୁଟରୁ ୧୯୬, ମାଲକାନଗିରିରୁ ୫୪, ମୟୂରଭଞ୍ଜରୁ ୩୯୩, ନବରଙ୍ଗପୁରରୁ ୧୩୭, ନୟାଗଡରୁ ୧୪୯, ନୂଆପଡାରୁ ୧୦୪, ପୁରୀରୁ ୧୮୮, ରାୟଗଡାରୁ ୧୮୭, ସମ୍ବଲପୁରରୁ ୩୦୨, ସୋନପୁରରୁ ୧୫୩, ସୁନ୍ଦରଗଡରୁ ୧୪୧୬ ଓ ଷ୍ଟେଟପୁଲରୁ ୭୫୯ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୫୫,୪୮୭ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ