ଓଡିଶା

odisha

By

Published : Jan 16, 2022, 9:21 AM IST

ETV Bharat / city

Odisha Corona Report: 11 ହଜାର ପାର୍‌ ଦୈନିକ ସଂକ୍ରମଣ, ମହାମାରୀ ନେଲା 3 ଜୀବନ

୧୦ ହଜାର ପରେ ଏବେ ୧୧ ହଜାର ପାର କଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୧ ହଜାର ୧୭୭ କୋରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ଅଧିକ ପଢନ୍ତୁ

Odisha Corona Report: ୧୨ ହଜାର ମୁହାଁ ଦୈନିକ ସଂକ୍ରମଣ
Odisha Corona Report: ୧୨ ହଜାର ମୁହାଁ ଦୈନିକ ସଂକ୍ରମଣ

ଭୁବନେଶ୍ବର:ରାଜ୍ୟରେ ଉପରମୁହାଁ କୋରୋନା ଗ୍ରାଫ । ପୁଣି ବିସ୍ଫୋରକ ରୂପ ନେଲା କୋରୋନା ସଂକ୍ରମଣ । ୧୦ ହଜାର ପରେ ଏବେ ୧୧ ହଜାର ପାର କଲା ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୧୧ ହଜାର ୧୭୭ କୋରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୦୧୬ କିଶୋର କିଶୋରୀ ରହିଥିବା ବେଳେ ୬୪୭୯ କ୍ବାରେଣ୍ଟାଇନ ସେଣ୍ଟର ଓ ୪୬୯୮ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିପରି କୋରୋନାରେ ଆଜି 3ଜଣ ପ୍ରାଣ ହରାଇଛନ୍ତି । ସୁନ୍ଦରଗଡ଼, ଗଞ୍ଜାମ ଓ ନୟାଗଡ଼ରୁ ଜଣେ ଲେଖାଏ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩୪୨୪ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୧୩୨, ବାଲେଶ୍ବରରୁ ୩୪୨, ବରଗଡରୁ ୧୨୩, ଭଦ୍ରକରୁ ୯୨, ବଲାଙ୍ଗୀରରୁ ୩୧୨, ବୌଦ୍ଧରୁ ୭୧, କଟକରୁ ୮୨୯, ଦେବଗଡରୁ ୨୫, ଢେଙ୍କାନାଳରୁ ୬୫, ଗଜପତିରୁ ୭୩, ଗଞ୍ଜାମରୁ ୧୦୮, ଜଗତସିଂହପୁରରୁ ୧୬୪, ଯାଜପୁରରୁ ୧୭୯, ଝାରସୁଗୁଡାରୁ ୧୯୩, କଳାହାଣ୍ଡିରୁ ୧୭୩, କନ୍ଧମାଳରୁ ୪୭, କେନ୍ଦ୍ରାପଡାରୁ ୭୧, କେନ୍ଦୁଝରରୁ ୬୯, କୋରାପୁଟରୁ ୧୫୨, ମାଲକାନଗିରିରୁ ୪୯, ମୟୂରଭଞ୍ଜରୁ ୨୭୬, ନବରଙ୍ଗପୁରରୁ ୧୫୫, ନୟାଗଡରୁ ୧୫୯, ନୂଆପଡାରୁ୭୯, ପୁରୀରୁ ୧୪୧, ରାୟଗଡାରୁ ୧୮୪, ସମ୍ବଲପୁରରୁ ୩୭୯, ସୋନପୁରରୁ ୨୩୮, ସୁନ୍ଦରଗଡରୁ ୨୧୩୬ ଓ ଷ୍ଟେଟପୁଲରୁ ୭୩୭ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୧,୩୩,୯୧୨ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details