ଓଡିଶା

odisha

ETV Bharat / city

Odisha Corona Report: ୮ ହଜାର ପାର ସଂକ୍ରମଣ, ଦିନକରେ ବାହାରିଲେ ୮୭୭୮ ପଜିଟିଭ - ଓଡିଶା କୋରୋନା ଦୈନିକ ସଂକ୍ରମଣ

ରାଜ୍ୟରେ ବେଲଗାମ କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ପୁଣି ୮ ହଜାର ୭୭୮ ଜଣ କୋରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ଅଧିକ ପଢନ୍ତୁ

Odisha Corona Report
Odisha Corona Report

By

Published : Jan 12, 2022, 9:48 AM IST

ଭୁବନେଶ୍ବର: କୋରୋନାର ବିସ୍ଫୋରକ ରୂପ ରାଜ୍ୟରେ ଦେଖିବାକୁ ମିଳିଛି । ଗତ ୨୪ ଘଣ୍ଟାରେ ପୁଣି ୮ ହଜାର ୭୭୮ କୋରୋନା ପଜିଟିଭ ଚିହ୍ନଟ ହେଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୭୯୨ କିଶୋର କିଶୋରୀ ରହିଥିବା ବେଳେ ୫୦୯୬ କ୍ବାରେଣ୍ଟାଇନ ସେଣ୍ଟର ଓ ୩୬୮୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସର୍ବାଧିକ ଆକ୍ରାନ୍ତ ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୬୧୫ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୧୦୭, ବାଲେଶ୍ବରରୁ ୨୩୧, ବରଗଡରୁ ୧୩୬, ଭଦ୍ରକରୁ ୧୦୩, ବଲାଙ୍ଗୀରରୁ ୨୧୬, ବୌଦ୍ଧରୁ ୧୨, କଟକରୁ ୭୬୬, ଦେବଗଡରୁ ୨୫, ଢେଙ୍କାନାଳରୁ ୭୮, ଗଜପତିରୁ ୭୨, ଗଞ୍ଜାମରୁ ୧୦୬, ଜଗତସିଂହପୁରରୁ ୧୧୪, ଯାଜପୁରରୁ ୧୯୧, ଝାରସୁଗୁଡାରୁ ୨୦୩, କଳାହାଣ୍ଡିରୁ ୮୬, କନ୍ଧମାଳରୁ ୨୦, କେନ୍ଦ୍ରାପଡାରୁ ୪୬, କେନ୍ଦୁଝରରୁ ୯୫, କୋରାପୁଟରୁ ୧୬୧, ମାଲକାନଗିରିରୁ ୧୨, ମୟୂରଭଞ୍ଜରୁ ୩୮୮, ନବରଙ୍ଗପୁରରୁ ୧୧୨, ନୟାଗଡରୁ ୭୫, ନୂଆପଡାରୁ ୬୭, ପୁରୀରୁ ୨୧୬, ରାୟଗଡାରୁ ୬୫, ସମ୍ବଲପୁରରୁ ୫୯୬, ସୋନପୁରରୁ ୮୭, ସୁନ୍ଦରଗଡରୁ ୧୨୫୨ ଓ ଷ୍ଟେଟପୁଲରୁ ୫୭୫ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୯୧ ହଜାର ୫୪୭ରେ ପହଞ୍ଚିଛି । ଏଥି ମଧ୍ୟରୁ ୩୫୨୪୨ଟି ସକ୍ରିୟ ମାମଲା ରହିଥିବା ବେଳେ ୧୦୪୭୭୮୩ଜଣ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ରାଜ୍ୟରେ ୨୬୩୨୨୬୦୨ ସାମ୍ପୁଲ ଟେଷ୍ଟ୍ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details