ବଲାଙ୍ଗୀର:କୋରୋନାର ନୂଆ ଭାଇରସ ଓମିକ୍ରନ ସାରା ଦେଶରେ ଦ୍ରୁତ ଗତିରେ ମାଡ଼ି ଚାଲିଥିବାବେଳେ ରାଜ୍ୟରେ ପ୍ରଥମ ଓମିକ୍ରନ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି । ଉକ୍ତ ମହିଳା ଜଣକ ବଲାଙ୍ଗୀରର ବୋଲି ଜଣାପଡ଼ିଛି । ମୃତ୍ୟୁ ପରେ ସେ ଓମିକ୍ରନ ଦ୍ବାରା ସଂକ୍ରମିତ ହୋଇଥିବା ଜଣାପଡ଼ିବା ପରେ ଅନ୍ୟ ଲୋକ ସଂକ୍ରମିତ ହେବାର ଆଶଙ୍କା ସୃଷ୍ଟି ହୋଇଛି ।
ବଲାଙ୍ଗୀର ଆଗଲପୁର ବ୍ଲକର ଜଣେ 50 ବର୍ଷୀୟ ମହିଳା ମସ୍ତିସ୍କ ଷ୍ଟ୍ରୋକ ଯୋଗୁଁ ବଲାଙ୍ଗୀର ଭୀମ ଭୋଇ ମେଡିକାଲରେ ଭର୍ତ୍ତି ହୋଇଥିଲେ। ତେବେ ତାଙ୍କୁ ପରେ ବୁର୍ଲା ଡ଼ାକ୍ତରଖାନା ସ୍ଥାନାନ୍ତରିତ କରାଯାଇଥିଲା । ସେଠାରେ ସେ କୋରୋନା ଆକ୍ରାନ୍ତ ଥିବାର ଜଣାପଡି଼ଥିଲା । ସେହିପରି ତାଙ୍କର ଗତ ଡିସେମ୍ବର 27 ତାରିଖରେ ମୃତ୍ୟୁ ହୋଇଥିବାବେଳେ ଏବେ ସେ ଓମିକ୍ରନରେ ଆକ୍ରାନ୍ତ ଥିବାର ରିପୋର୍ଟ ଆସିଛି । ସେପଟେ ତାଙ୍କ ମୃତ୍ୟୁ ପରେ ପରିବାର ଲୋକେ ମୃତଦେହକୁ ଗାଁକୁ ଆଣି ରୀତିନୀତି ଅନୁସାରେ ଅନ୍ତିମ ସଂସ୍କାର କରିଥିଲେ।