ଓଡିଶା

odisha

ETV Bharat / city

Odisha Corona: ଦୈନିକ ସଂକ୍ରମଣ 9ଶହ ପାର - ଓଡିଶା କୋରୋନା ସଂକ୍ରମଣ

ରାଜ୍ୟରେ ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 945 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona: ଦିନକରେ 945 ସଂOdisha Corona: ଦିନକରେ 945 ସଂକ୍ରମିତ ଚିହ୍ନଟକ୍ରମିତ ଚିହ୍ନଟ
Odisha Corona: ଦିନକରେ 945 ସଂକ୍ରମିତ ଚିହ୍ନଟ

By

Published : Jul 19, 2022, 9:38 AM IST

ଭୁବନେଶ୍ବର: ରାଜ୍ୟରେ ପୁଣି ଏକ ହଜାର ମୁହାଁ କୋରୋନା ସଂକ୍ରମଣ । ଲଗାତାର 2ଦିନ 8ଶହ ସଂଖ୍ୟକ ପଜିଟିଭ ଚିହ୍ନଟ ହେବା ପରେ ଆଜି 9ଶହ ପାର କରିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 945 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି। ନୂଆ ସଂକ୍ରମିତଙ୍କ ମଧ୍ୟରୁ 553 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 392 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 110 ଜଣ କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 371 ସଂକ୍ରମିତ ରହିଛନ୍ତି। ସେହିପରି ଅନୁଗୋଳରୁ 2, ବାଲେଶ୍ବର 5, ବରଗଡରୁ 9, ଭଦ୍ରକ6, ବଲାଙ୍ଗୀରରୁ 12, ବୌଦ୍ଧ 12, କଟକରୁ 75, ଦେଓଗଡରୁ 3, ଢେଙ୍କାନାଳରୁ 2, ଗଜପତିରୁ 9, ଗଞ୍ଜାମରୁ 4, ଜଗତସିଂହପୁର 14, ଯାଜପୁରରୁ 13, ଝାରସୁଗୁଡାରୁ 5, କଳାହାଣ୍ଡିରୁ 18, କନ୍ଧମାଳରୁ 4, କେନ୍ଦ୍ରାପଡାରୁ 2, କୋରାପୁଟରୁ 6, ମୟୂରଭଞ୍ଜରୁ 32, ନବରଙ୍ଗପୁରରୁ 3, ନୟାଗଡରୁ 27, ନୂଆପଡାରୁ 7, ପୁରୀରୁ 20, ରାୟଗଡାରୁ 15, ସମ୍ବଲପୁରରୁ 53, ସୋନପୁରରୁ 37, ସୁନ୍ଦରଗଡରୁ 103 ଓ ଷ୍ଟେଟପୁଲରୁ 76 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 1300873 ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 5911 ସକ୍ରିୟ ମାମଲା ରହିଛି । ନୂଆ 539ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12,85,374 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ABOUT THE AUTHOR

...view details