ଓଡିଶା

odisha

ETV Bharat / city

Odisha Corona: ଦିନକରେ 886 ପଜିଟିଭ ଚିହ୍ନଟ - ଓଡିଶା କୋରୋନା ସଂକ୍ରମଣ

ଗତ 24 ଘଣ୍ଟାରେ 886 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 80,784ରେ ପହଞ୍ଚିଛି । ଅଧିକ ପଢନ୍ତୁ

Odisha corona: ଦିନକରେ 886 ପଜିଟିଭ ଚିହ୍ନଟ
Odisha corona: ଦିନକରେ 886 ପଜିଟିଭ ଚିହ୍ନଟ

By

Published : Feb 17, 2022, 10:04 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନାର ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ 886 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 169 କିଶୋର କିଶୋରୀ ରହିଥିବା ବେଳେ 516 କ୍ବାରେଣ୍ଟାଇନ ସେଣ୍ଟର ଓ 370 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ 86ଟି ମାମଲା ରହିଥିବା ବେଳେ ଅନୁଗୋଳରୁ 14, ବାଲେଶ୍ବରରୁ 36, ବରଗଡରୁ 10, ଭଦ୍ରକରୁ 11, ବଲାଙ୍ଗୀରରୁ 13, ବୌଦ୍ଧରୁ 5, କଟକରୁ 40, ଦେବଗଡରୁ 15, ଢେଙ୍କାନାଳରୁ 10, ଗଜପତିରୁ 23, ଗଞ୍ଜାମରୁ 16, ଜଗତସିଂହପୁରରୁ 14, ଯାଜପୁରରୁ 32, ଝାରସୁଗୁଡାରୁ 20, କଳାହାଣ୍ଡିରୁ 12, କନ୍ଧମାଳରୁ 25, କେନ୍ଦ୍ରାପଡାରୁ 18, କେନ୍ଦୁଝରରୁ 10, କୋରାପୁଟରୁ 66, ମାଲକାନଗିରିରୁ 3, ମୟୂରଭଞ୍ଜରୁ 23 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ 13, ନୟାଗଡରୁ 20, ନୂଆପଡାରୁ 19, ପୁରୀରୁ 8, ରାୟଗଡାରୁ 22, ସମ୍ବଲପୁରରୁ 179, ସୋନପୁରରୁ 25, ସୁନ୍ଦରଗଡରୁ 79 ଓ ଷ୍ଟେଟପୁଲରୁ 19ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 80,784ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details