ଓଡିଶା

odisha

ETV Bharat / city

Odisha corona: ହଜାରେ ତଳକୁ ଖସିଲା ସଂକ୍ରମଣ - ଓଡିଶା କୋରୋନା ସଂକ୍ରମଣ

ରାଜ୍ୟରେ ଗତ 24 ଘଣ୍ଟାରେ 859 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 57,840ରେ ପହଞ୍ଚିଛି । ଅଧିକ ପଢନ୍ତୁ

Odisha corona: ହଜାରେ ତଳକୁ ଖସିଲା ସଂକ୍ରମଣ
Odisha corona: ହଜାରେ ତଳକୁ ଖସିଲା ସଂକ୍ରମଣ

By

Published : Feb 14, 2022, 10:44 AM IST

ଭୁବନେଶ୍ବର:ରାଜ୍ୟରେ ହଜାରେ ତଳକୁ ଖସିଲା କୋରୋନାର ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ 859 କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 172 କିଶୋର କିଶୋରୀ ରହିଥିବା ବେଳେ 503 କ୍ବାରେଣ୍ଟାଇନ ସେଣ୍ଟର ଓ 356 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୫୩ଟି ମାମଲା ରହିଥିବା ବେଳେ ଅନୁଗୋଳରୁ 45, ବାଲେଶ୍ବରରୁ 21, ବରଗଡରୁ 21, ଭଦ୍ରକରୁ 12, ବଲାଙ୍ଗୀରରୁ 9, ବୌଦ୍ଧରୁ 20, କଟକରୁ 65, ଦେବଗଡରୁ 9, ଢେଙ୍କାନାଳରୁ 9, ଗଜପତିରୁ 39, ଗଞ୍ଜାମରୁ 18, ଜଗତସିଂହପୁରରୁ 15, ଯାଜପୁରରୁ 45, ଝାରସୁଗୁଡାରୁ 24, କଳାହାଣ୍ଡିରୁ 10, କନ୍ଧମାଳରୁ 8, କେନ୍ଦ୍ରାପଡାରୁ 25, କେନ୍ଦୁଝରରୁ 16, କୋରାପୁଟରୁ 71, ମାଲକାନଗିରିରୁ12, ମୟୂରଭଞ୍ଜରୁ 34ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ନବରଙ୍ଗପୁରରୁ 11, ନୟାଗଡରୁ 19, ନୂଆପଡାରୁ 13, ପୁରୀରୁ 16, ରାୟଗଡାରୁ 29, ସମ୍ବଲପୁରରୁ 35, ସୋନପୁରରୁ 18, ସୁନ୍ଦରଗଡରୁ 62 ଓ ଷ୍ଟେଟପୁଲରୁ 23ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12 ଲକ୍ଷ 57,840ରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details