ଭୁବନେଶ୍ବର:ରାଜ୍ୟରେ କମୁଛି ବଢୁଛି କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 816 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 477 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 360 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 339 ଜଣ କିଶୋର ଆକ୍ରାନ୍ତ ହୋଇଛନ୍ତି ।
Odisha Corona: ଦିନକରେ 816 ସଂକ୍ରମିତ ଚିହ୍ନଟ - ଓଡିଶା କୋରୋନା ସଂକ୍ରମଣ
ରାଜ୍ୟରେ ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 816 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 218 ସଂକ୍ରମିତ ରହିଛନ୍ତି । ସେହିପରି ଅନୁଗୋଳରୁ 7, ବାଲେଶ୍ବର 13, ବରଗଡରୁ 7, ଭଦ୍ରକ 8, ବଲାଙ୍ଗୀରରୁ 10, ବୌଦ୍ଧ 11, କଟକରୁ 78, ଦେଓଗଡରୁ 5, ଢେଙ୍କାନାଳରୁ 6, ଗଜପତିରୁ 3, ଜଗତସିଂହପୁର 13, ଯାଜପୁରରୁ 26, ଝାରସୁଗୁଡାରୁ 13, କଳାହାଣ୍ଡିରୁ 12, କନ୍ଧମାଳରୁ 7, କେନ୍ଦ୍ରାପଡାରୁ 13, କେନ୍ଦୁଝରରୁ 10, କୋରାପୁଟରୁ 3, ମୟୂରଭଞ୍ଜରୁ 29, ନବରଙ୍ଗପୁରରୁ 7, ନୟାଗଡରୁ 26, ନୂଆପଡାରୁ 1, ପୁରୀରୁ 20, ରାୟଗଡାରୁ 6, ସମ୍ବଲପୁରରୁ 57, ସୋନପୁରରୁ 14, ସୁନ୍ଦରଗଡରୁ 141 ଓ ଷ୍ଟେଟପୁଲରୁ 46 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 12,99,928 ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 5911 ସକ୍ରିୟ ମାମଲା ରହିଛି । ନୂଆ 600ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ମୋଟ 12,84,835 ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।