ଓଡିଶା

odisha

ETV Bharat / city

Odisha Corona: ରାଜ୍ୟରେ ଏକହଜାର ତଳକୁ ଖସିଲା ଦୈନିକ ସଂକ୍ରମଣ - ଓଡିଶା କୋରୋନା ସଂକ୍ରମଣ

ରାଜ୍ୟରେ ଗତ 24 ଘଣ୍ଟାରେ 662 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona: ଦିନକରେ  662ସଂକ୍ରମିତ ଚିହ୍ନଟ
Odisha Corona: ଦିନକରେ 662ସଂକ୍ରମିତ ଚିହ୍ନଟ

By

Published : Jul 26, 2022, 10:05 AM IST

ଭୁବନେଶ୍ବର:ରାଜ୍ୟରେ ହଜାର ତଳକୁ ଖସିଲା କୋରୋନା ସଂକ୍ରମଣ । ଗତ 24 ଘଣ୍ଟାରେ 662 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ 387 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 275 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 104 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 152ଓ ସୁନ୍ଦରଗଡରୁ 142 ସଂକ୍ରମିତ ରହିଛନ୍ତି । ସେହିପରି ଅନୁଗୋଳରୁ 3, ବାଲେଶ୍ବର 4, ବରଗଡ 12, ଭଦ୍ରକରୁ 13, ବଲାଙ୍ଗୀରରୁ 9, ବୌଦ୍ଧରୁ 4, କଟକରୁ 38, ଦେଓଗଡରୁ 5, ଗଜପତିରୁ 5, ଗଞ୍ଜାମରୁ 1, ଜଗତସିଂହପୁରରୁ 10, ଯାଜପୁରରୁ 8, ଝାରସୁଗୁଡାରୁ 4, କଳାହାଣ୍ଡିରୁ 12, କନ୍ଧମାଳରୁ 9, କେନ୍ଦ୍ରାପଡାରୁ 3, କୋରାପୁଟରୁ 15 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ସେହିପରି ମୟୂରଭଞ୍ଜରୁ 78, ନବରଙ୍ଗପୁରରୁ 6, ନୟାଗଡରୁ 12, ନୂଆପଡାରୁ 11, ପୁରୀରୁ 6, ରାୟଗଡାରୁ 11, ସମ୍ବଲପୁରରୁ 48, ସୋନପୁରରୁ 13 ଓ ଷ୍ଟେଟପୋଲରୁ 28 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13,07,911 ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 7054 ସକ୍ରିୟ ମାମଲା ରହିଛି ।

ABOUT THE AUTHOR

...view details