ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣରେ ହ୍ରାସ । ଦୈନିକ ସଂକ୍ରମଣ ଏବେ କ୍ରମଶଃ ତଳ ମୁହାଁ ହୋଇଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୬୦୯ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରେ ୯୭ ଜଣ ୧୮ ବର୍ଷ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଥିବା ବେଳେ କ୍ବାରେଣ୍ଟାଇନ ସେଣ୍ଟରରୁ ୩୫୪ ଜଣ ଓ ୨୫୫ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୨୦୯ ଜଣ ଥିବାବେଳେ ଅନୁଗୋଳରୁ ୧୮, ବାଲେଶ୍ବରରୁ ୨୧, ବରଗଡ଼ରୁ ୪, ଭଦ୍ରକରୁ ୯, ବୌଦ୍ଧରୁ ୯, କଟକରୁ ୭୧, ଦେବଗଡ଼ରୁ ୧୦, ଢେଙ୍କାନାଳରୁ ୨୩, ଗଜପତିରୁ ୧, ଗଞ୍ଜାମରୁ ୬, ଜଗତସିଂହପୁରରୁ ୨୦, ଯାଜପୁରରୁ ୩୬, ଝାରସୁଗୁଡାରୁ ୩, କନ୍ଧମାଳରୁ ୫, କେନ୍ଦ୍ରାପଡ଼ାରୁ ୧୯, କେନ୍ଦୁଝରରୁ ୫, କୋରାପୁଟରୁ ୩, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୨୬, ନୟାଗଡ଼ରୁ ୧୧, ପୁରୀ ୨୦, ରାୟଗଡ଼ାରୁ ୫, ସମ୍ବଲପୁରରୁ ୧୬, ସୁନ୍ଦରଗଡ଼ରୁ ୮ ଏବଂ ଷ୍ଟେଟ ପୁଲ୍ରୁ ୪୮ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।