ଓଡିଶା

odisha

By

Published : Mar 23, 2022, 10:08 AM IST

Updated : Mar 23, 2022, 10:34 AM IST

ETV Bharat / city

Odisha Corona Report: ଦିନକରେ ୬୦ ପଜିଟିଭ ଚିହ୍ନଟ, ଆଗରେ ସୁନ୍ଦରଗଡ

ଗତକାଲିର ପଜିଟିଭ ମାମଲାରୁ ଆଜିର ପଜିଟିଭ ଟିକେ ଅଧିକ ରହିଛି ମାତ୍ର ଯେଉଁମାତ୍ରାର ସଂକ୍ରମଣ ବଢୁଥିଲା ସେଥିରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳିଛି । ଗତ ୨୪ ଘଣ୍ଟାରେ ୬୦ ଆଉ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଦିନକରେ ୬୦ ପଜିଟିଭ ଚିହ୍ନଟ
ଦିନକରେ ୬୦ ପଜିଟିଭ ଚିହ୍ନଟ

ଭୁବନେଶ୍ବର:ରାଜ୍ୟରେ ତଳ ମୁହାଁ କୋରୋନା ସଂକ୍ରମଣ । ଗତକାଲିର ପଜିଟିଭ ମାମଲାରୁ ଟିକେ ଅଧିକ ରହିଛି ମାତ୍ର ଯେଉଁମାତ୍ରାରେ ସଂକ୍ରମଣ ବଢୁଥିଲା ସେଥିରୁ ରାଜ୍ୟବାସୀଙ୍କୁ ଆଶ୍ବସ୍ତି ମିଳିଛି । ଗତ ୨୪ ଘଣ୍ଟାରେ ୬୦ ଆଉ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୩ କିଶୋର କିଶୋରୀ ରହିଥିବା ବେଳେ ୩୬ ଜଣ କ୍ବାରେଣ୍ଟାଇନ ସେଣ୍ଟର ଓ ୨୪ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ ୬, ଭଦ୍ରକରୁ ୧, ବଲାଙ୍ଗୀରରୁ ୪, ବୌଦ୍ଧରୁ ୩, କଟକରୁ ୩, ଗଜପତିରୁ ୪, ଗଞ୍ଜାମରୁ ୩, ଯାଜପୁରରୁ ୫, କେନ୍ଦ୍ରପଡାରୁ ୩ ଓ ଖୋର୍ଦ୍ଧାରୁ ୬ଟି ମାମଲା ଚିହ୍ନଟ ହୋଇଛି ।

ସେହପରି କୋରାପୁଟରୁ ୪, ମୟୂରଭଞ୍ଜରୁ ୩, ନୟାଗଡରୁ ୧, ରାୟଗଡାରୁ ୧, ସମ୍ବଲପୁରରୁ ୨, ସୁନ୍ଦରଗଡରୁ ୯ ଓ ଷ୍ଟେଟପୁଲରୁ ୨ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୨୨୫ରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୧୨ ଲକ୍ଷ, ୭୭ ହଜାର ୫୮୦ ଜଣ କୋରୋନା କବଳରୁ ମୁକ୍ତି ପାଇଛନ୍ତି । ରାଜ୍ୟ ୫୩୬ଟି ସକ୍ରିୟ ମାମଲା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Mar 23, 2022, 10:34 AM IST

ABOUT THE AUTHOR

...view details