ଓଡିଶା

odisha

ETV Bharat / city

Odisha Corona Report: କମୁଛି ସଂକ୍ରମଣ, ଦିନକରେ ୪୦ ପଜିଟିଭ ଚିହ୍ନଟ

ରାଜ୍ୟରେ ତଳ ମୁହାଁ ହୋଇଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟାରେ ୪୦ କୋରୋନା ପଜିଟିଭ ଚିହ୍ନଟ ।

Odisha Corona Report: କମୁଛି ସଂକ୍ରମଣ, ଦିନକରେ ୪୦ ପଜିଟିଭ ଚିହ୍ନଟ
Odisha Corona Report: କମୁଛି ସଂକ୍ରମଣ, ଦିନକରେ ୪୦ ପଜିଟିଭ ଚିହ୍ନଟ

By

Published : Apr 2, 2022, 9:49 AM IST

ଭୁବନେଶ୍ବର:ରାଜ୍ୟରେ କ୍ରମଶଃ ତଳ ମୁହାଁ ହୋଇଛି କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୪୦ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨ କିଶୋର କିଶୋରୀ ରହିଥିବା ବେଳେ ୨୪ କ୍ବାରେଣ୍ଟାଇନ ସେଣ୍ଟର ଓ ୧୬ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୨୨, ବାଲେଶ୍ବରରୁ ୧, ଗଜପତିରୁ ୨, ଯାଜପୁରରୁ ୨, ଝାରସୁଗୁଡାରୁ ୨ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ଖୋର୍ଦ୍ଧାରୁ ୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜରୁ ୩,ସମ୍ବଲପୁରରୁ ୫ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨ ଲକ୍ଷ ୮୭ ହଜାର ୭୦୧ ରେ ପହଞ୍ଚିଛି ।

ବର୍ତ୍ତମାନ ରାଜ୍ୟରେ ୩୬୫ସକ୍ରିୟ ମାମଲା ରହିଛି । ନୂଆ ୪୧ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ରାଜ୍ୟରେ ସମୁଦାୟ ୧୨ ଲକ୍ଷ ୭୮ ହଜାର ୧୬୨ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏବେ ସୁଦ୍ଧା ୩୦୭୩୯୧୩୪ କୋରୋନା ପରୀକ୍ଷା ସରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details