ଭୁବନେଶ୍ବର: ରାଜ୍ୟରେ ସ୍ଥିର ରହିଛି ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ଓଡିଶାରେ ୩୮୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରୁ ୧୮ ବର୍ଷରୁ କମ୍ ବୟସ୍କ ସଂକ୍ରମିତଙ୍କ ସଂଖ୍ୟା ୭୫ ରହିଛି । ମୋଟ ପଜିଟିଭିଙ୍କ ମଧ୍ୟରୁ ୨୨୩ ଜଣ କ୍ବାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୧୬୪ଟି ସ୍ଥାନୀୟ ସଂକ୍ରମଣ ହୋଇଥିବା ସୂଚନା ମିଳିଛି ।
ସବୁଥର ପରି ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରେ ସଂକ୍ରମିତଙ୍କ ସଂଖ୍ୟା ସର୍ବାଧିକ ରହିଛି । ଏଠାରୁ ମୋଟ ୧୯୫ଟି ପଜିଟିଭ ମାମଲା ସାମ୍ନାକୁ ଆସିଥିବାବେଳେ ଅନୁଗୋଳରୁ ୨, ବାଲେଶ୍ବରରୁ ୯, ବରଗଡରୁ ୨, ଭଦ୍ରକରୁ ୧, ବଲାଙ୍ଗୀରରୁ ୨, କଟକରୁ ୩୩, ଦେବଗଡରୁ ୬, ଢେଙ୍କାନାଳରୁ ୫, ଗଜପତିରୁ ୭, ଗଞ୍ଜାମରୁ ୩, ଜଗତସିଂହପୁରରୁ ୧୦, ଯାଜପୁରରୁ ୧୦, ଝାରସୁଗୁଡାରୁ ୧, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୬, କେନ୍ଦୁଝରରୁ ୪, ମୟୂରଭଞ୍ଜରୁ ୨, ନବରଙ୍ଗପୁରରୁ ୧, ନୟାଗଡରୁ ୬, ପୁରୀରୁ ୧୨, ରାୟଗଡାରୁ ୧, ସମ୍ବଲପୁରରୁ ୧୮, ସୋନପୁରରୁ ୧ ଏବଂ ସୁନ୍ଦରଗଡରୁ ୬ ଜଣ ସଂକ୍ରମିତ ହୋଇଛନ୍ତି । ଷ୍ଟେଟପୁଲ ସଂକ୍ରମଣ ସଂଖ୍ୟା ୪୩ ରହିଛି ।