ଭୁବନେଶ୍ବର: ରାଜ୍ୟରେ ତଳମୁହାଁ କୋରୋନାର ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ୩୪୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୧୧୧ କିଶୋର କିଶୋରୀ ରହିଥିବା ବେଳେ ୨୦୨ କ୍ବାରେଣ୍ଟାଇନ ସେଣ୍ଟର ଓ ୧୪୩ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୨୫ଟି ମାମଲା ରହିଥିବା ବେଳେ ଅନୁଗୋଳରୁ ୩୨, ବାଲେଶ୍ବରରୁ ୬, ବରଗଡରୁ ୮, ଭଦ୍ରକରୁ ୬, ବଲାଙ୍ଗୀରରୁ ୧, ବୌଦ୍ଧରୁ ୩, କଟକରୁ ୫, ଢେଙ୍କାନାଳରୁ ୩, ଗଜପତିରୁ ୨୭, ଗଞ୍ଜାମରୁ ୧୭, ଜଗତସିଂହପୁର ୨, ଯାଜପୁରରୁ ୫୨, ଝାରସୁଗୁଡାରୁ ୧୭, କଳାହାଣ୍ଡିରୁ ୪, କନ୍ଧମାଳରୁ ୨, କେନ୍ଦ୍ରାପଡାରୁ ୧୨, କେନ୍ଦୁଝରରୁ ୪, କୋରାପୁଟରୁ ୧, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୧୬ ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।