ଓଡିଶା

odisha

ETV Bharat / city

Odisha Corona Cases, ଆଜି 300 ପାର ସଂକ୍ରମଣ - Odisha Corona Cases

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 321 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Corona Cases, 300 ପାର ପଜିଟିଭ
Odisha Corona Cases, 300 ପାର ପଜିଟିଭ

By

Published : Sep 7, 2022, 10:44 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନା ଦୈନିକ ସଂକ୍ରମଣ । ପୁଣି ତିନି ଶହ ପାର କରିଛି ସଂକ୍ରମିତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 328 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି(Odisha Reports 328 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 192 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 136 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 74 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବରରୁ 4, ବରଗଡରୁ 9, ବଲାଙ୍ଗୀରରୁ 8, କଟକରୁ 31, ଦେବଗଡରୁ 3, ଗଜପତିରୁ 4, ଗଞ୍ଜାମରୁ 2, ଜଗତସିଂହପୁରରୁ 7, ଯାଜପୁରରୁ 10, ଝାରସୁଗୁଡାରୁ 3, କଳାହାଣ୍ଡିରୁ 10, କନ୍ଧମାଳରୁ 4, କେନ୍ଦ୍ରାପଡାରୁ 3, କେନ୍ଦୁଝର 2, ଖୋର୍ଦ୍ଧାରୁ 54 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟରୁ 3, ମାଲକାନଗିରି 1, ମୟୂରଭଞ୍ଜରୁ 4, ନବରଙ୍ଗପୁରରୁ 13, ନୟାଗଡରୁ 49, ନୂଆପଡାରୁ 9, ପୁରୀରୁ 9, ରାୟଗଡାରୁ 2, ସମ୍ବଲପୁରରୁ 8, ସୋନପୁରରୁ 3, ସୁନ୍ଦରଗଡରୁ 61 ଓ ଷ୍ଟେଟପୋଲରୁ 12 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 29 ହଜାର 203ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1616 ସକ୍ରିୟ ମାମଲା ରହିଛି ।

ଏହା ବି ପଢନ୍ତୁ...କଳାହାଣ୍ଡିରେ କୋଶଳ ମହାବନ୍ଦ ଡାକରା, ଚକ ଅଖ ବନ୍ଦ

ନୂଆ 289 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 18 351 ହଜାର 875ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,32,58, 238 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଆଗ ଅପେକ୍ଷା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି । ହେଲେ ସତର୍କତା ଅବଲମ୍ବନ ନ କଲେ ପୁଣି ବିପଦ ଆସିପାରେ ।

ଇଟିଭି ଭାରତ, ଭୁବନେଶ୍ବର

ABOUT THE AUTHOR

...view details