ଭୁବନେଶ୍ବର: ରାଜ୍ୟରେ ପୁଣି ମାଡିଲା କୋରୋନା । ତୃତୀୟ ଲହର ନେଇ ବଢିଲା ଆଶଙ୍କା । ଲଗାତାର ଦୈନିକ ସଂକ୍ରମଣ ଲମ୍ଫ ମାରୁଥିବା ବେଳେ ଆଜି ୩ ହଜାର ମୁହାଁ ହୋଇଛି । ୨୪ ଘଣ୍ଟା ମଧ୍ୟରେ ପୁଣି ଓଡିଶାରୁ ୨୭୦୩ କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ ୪୦୯ କିଶୋର କିଶୋରୀ ରହିଥିବା ବେଳେ ୧୫୭୯ କ୍ବାରେଣ୍ଟାଇନ ସେଣ୍ଟର ଓ ୧୧୨୪ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
Odisha Corona Report: ଦିନକରେ ୨୭୦୩ ପଜିଟିଭ ଚିହ୍ନଟ - ଓଡିଶା କୋରୋନା ଅପଡେଟ
ରାଜ୍ୟବାସୀଙ୍କୁ ପୁଣି ଡରାଇଲାଣି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା (Odisha corona cases) । ୨୪ ଘଣ୍ଟା ମଧ୍ୟରେ ଓଡିଶାରୁ ପୁଣି ୨୭୦୩ କୋରୋନା ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୨୬ଟି ମାମଲା ରହିଛି । ସେହିପରି ଅନୁଗୋଳରୁ ୭, ବାଲେଶ୍ବରରୁ ୭୩, ବରଗଡରୁ ୭୫, ଭଦ୍ରକରୁ ୫, ବଲାଙ୍ଗୀରରୁ ୫୪, ବୌଦ୍ଧରୁ ୭, କଟକରୁ ୯୧, ଦେବଗଡରୁ ୩୭, ଢେଙ୍କାନାଳରୁ ୩, ଗଜପତିରୁ ୯, ଗଞ୍ଜାମରୁ ୨୭, ଜଗତସିଂହପୁରରୁ ୧୦୬, ଯାଜପୁରରୁ ୭୮, ଝାରସୁଗୁଡାରୁ ୧୦୬, କଳାହାଣ୍ଡିରୁ ୧୩, କନ୍ଧମାଳରୁ ୩, କେନ୍ଦ୍ରାପଡାରୁ ୬, କେନ୍ଦୁଝରରୁ ୩୩, କୋରାପୁଟରୁ ୧୯, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୪୨, ନବରଙ୍ଗପୁରରୁ ୨୯, ନୟାଗଡରୁ ୬, ନୂଆପଡାରୁ ୧୦, ପୁରୀରୁ ୫୪, ରାୟଗଡାରୁ ୨୨, ସମ୍ବଲପୁରରୁ ୧୭୯, ସୋନପୁରରୁ ୧୦, ସୁନ୍ଦରଗଡରୁ ୪୫୪ ଓ ଷ୍ଟେଟପୁଲରୁ ୨୧୧ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୬୨,୪୭୬ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ