ଭୁବନେଶ୍ବର:ରାଜ୍ୟରେ କମୁଛି ବଢୁଛି କୋରୋନା ଦୈନିକ ସଂକ୍ରମଣ । ବୁଧବାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ତିନି ଶହ ପାର କରିଥିବା ବେଳେ ଆଜି ତିନିଶହ ତଳେ ରହିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 269 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି(Odisha Reports 269 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 157 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 112 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 39 କିଶୋର ଆକ୍ରାନ୍ତ ହୋଇଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 3, ବରଗଡରୁ 8, ଭଦ୍ରକ 4, ବଲାଙ୍ଗୀରରୁ 7, କଟକରୁ 49, ଦେବଗଡରୁ 3, ଗଞ୍ଜାମରୁ 3, ଜଗତସିଂହପୁରରୁ 5, ଯାଜପୁରରୁ 9, ଝାରସୁଗୁଡାରୁ 2, କଳାହାଣ୍ଡିରୁ 5, କନ୍ଧମାଳରୁ 1, କେନ୍ଦ୍ରାପଡାରୁ 4, କେନ୍ଦୁଝରରୁ 4, ଖୋର୍ଦ୍ଧାରୁ 66 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜରୁ 4, ନବରଙ୍ଗପୁରରୁ 11, ନୟାଗଡରୁ 14, ନୂଆପଡାରୁ 3, ପୁରୀରୁ 6, ରାୟଗଡାରୁ 1, ସମ୍ବଲପୁରରୁ 9, ସୋନପୁରରୁ 4, ସୁନ୍ଦରଗଡରୁ 29 ଓ ଷ୍ଟେଟପୋଲରୁ 15 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 29 ହଜାର 995ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1758 ସକ୍ରିୟ ମାମଲା ରହିଛି ।