ଭୁବନେଶ୍ବର:ରାଜ୍ୟରେ ତଳ ମୁହାଁ ହେଉଛି କୋରୋନା ସଂକ୍ରମଣ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬୩ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୪୪ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୧୫୩ ଜଣ ଥିବାବେଳେ ୧୧୦ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
ODISHA CORONA: ୨୬୩ ପଜିଟିଭ ଚିହ୍ନଟ, ୪୪ ଶିଶୁ ଆକ୍ରାନ୍ତ - ଶିଶୁ ଆକ୍ରାନ୍ତ
ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୬୩ କୋରୋନା ପଜିଟିଭ ଚିହ୍ନଟ । ୪୪ ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ ସଂକ୍ରମିତ । ଅଧିକ ପଢନ୍ତୁ...
ODISHA CORONA: ୨୬୩ ପଜିଟିଭ ଚିହ୍ନଟ, ୪୪ ଶିଶୁ ଆକ୍ରାନ୍ତ
ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୨୯ଜଣ ଥିବାବେଳେ ବାଲେଶ୍ବରରୁ ୭, ଭଦ୍ରକରୁ୨, ବଲାଙ୍ଗୀରରୁ ୨, କଟକରୁ ୨୧, ଦେବଗଡରୁ ୭, ଢେଙ୍କାନାଳରୁ ୫, ଗଜପତିରୁ ୯, ଗଞ୍ଜାମରୁ ୩, ଜଗତସିଂହପୁରରୁ ୨, ଯାଜପୁରରୁ ୧୦, ଝାରସୁଗୁଡାରୁ ୧, କେନ୍ଦ୍ରାପଡ଼ାରୁ ୨, କେନ୍ଦୁଝର ୨, କୋରାପୁଟରୁ ୧, ମୟୂରଭଞ୍ଜରୁ ୪, ନବରଙ୍ଗପୁରରୁ ୨, ନୟାଗଡରୁ ୧, ପୁରୀରୁ ୭, ସମ୍ବଲପୁରରୁ ୬, ସୁନ୍ଦରଗଡ଼ରୁ ୯ ଏବଂ ଷ୍ଟେଟପୁଲ୍ରୁ ୩୨ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୪୪ ହଜାର ୯୬୨ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ