ଓଡିଶା

odisha

ETV Bharat / city

Odisha Covid Cases: ରାଜ୍ୟରେ ଆଉ 254 ନୂଆ ସଂକ୍ରମିତ ଚିହ୍ନଟ - କୋରୋନା ପଜିଟିଭ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 254 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Covid Cases: ରାଜ୍ୟରେ ଆଉ 254 ନୂଆ ସଂକ୍ରମିତ ଚିହ୍ନଟ
Odisha Covid Cases: ରାଜ୍ୟରେ ଆଉ 254 ନୂଆ ସଂକ୍ରମିତ ଚିହ୍ନଟ

By

Published : Sep 9, 2022, 10:50 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନା ଦୈନିକ ସଂକ୍ରମଣ । ବୁଧବାର ଦୈନିକ ସଂକ୍ରମିତଙ୍କ ସଂଖ୍ୟା ତିନି ଶହ ପାର କରିଥିବା ବେଳେ ଆଜି ତିନିଶହ ତଳେ ରହିଛି । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 254 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି(Odisha Reports 254 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 149 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 105 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 32 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବାଲେଶ୍ବରରୁ 2, ବରଗଡରୁ 3, ଭଦ୍ରକ ୩, ବଲାଙ୍ଗୀରରୁ 11, କଟକରୁ 27, ଦେବଗଡରୁ 1, ଗଞ୍ଜାମରୁ 6, ଜଗତସିଂହପୁରରୁ 5, ଯାଜପୁରରୁ 5, ଝାରସୁଗୁଡାରୁ 2, କଳାହାଣ୍ଡିରୁ 11, କନ୍ଧମାଳରୁ 2, କେନ୍ଦ୍ରାପଡାରୁ 1, ଖୋର୍ଦ୍ଧାରୁ 55 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି କୋରାପୁଟରୁ 4, ମୟୂରଭଞ୍ଜରୁ 8, ନବରଙ୍ଗପୁରରୁ 15, ନୟାଗଡରୁ 12, ନୂଆପଡାରୁ 9, ପୁରୀରୁ 8, ରାୟଗଡାରୁ 4, ସମ୍ବଲପୁରରୁ 17, ସୋନପୁରରୁ 2, ସୁନ୍ଦରଗଡରୁ 30 ଓ ଷ୍ଟେଟପୋଲରୁ 11 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 29 ହଜାର 726ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1691 ସକ୍ରିୟ ମାମଲା ରହିଛି ।

ଏହା ବି ପଢନ୍ତୁ- India Corona, ଦିନକରେ 6093 ନୂଆ ସଂକ୍ରମିତ

ନୂଆ 248 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 18 ହଜାର 351 ହଜାର 789 ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,33,01, 550 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଆଗ ଅପେକ୍ଷା ସଂକ୍ରମଣ ନିୟନ୍ତ୍ରଣରେ ରହିଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି । ହେଲେ ସତର୍କତା ଅବଲମ୍ବନ ନ କଲେ ପୁଣି ବିପଦ ଆସିପାରେ ।

ABOUT THE AUTHOR

...view details