ଭୁବନେଶ୍ବର:ରାଜ୍ୟରେ କମୁଛି ବଢୁଛି କୋରୋନା ଦୈନିକ ସଂକ୍ରମଣ । ପୁଣି ଦୁଇ ଶହ ତଳ ପାର କଲା ଆକ୍ରାନ୍ତଙ୍କ ସଂଖ୍ୟା । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 231 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି(Odisha Reports 231 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 136 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 95 ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 37 କିଶୋର ଆକ୍ରାନ୍ତ ହୋଇଛନ୍ତି ।
ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ବରଗଡରୁ 3, ଭଦ୍ରକରୁ 3, ବଲାଙ୍ଗୀରରୁ 5, ବୌଦ୍ଧରୁ 5, କଟକରୁ 27, ଦେବଗଡରୁ 2, ଗଜପତିରୁ 1, ଗଞ୍ଜାମରୁ 2, ଜଗତସିଂହପୁରରୁ 7, ଯାଜପୁରରୁ 7, ଝାରସୁଗୁଡାରୁ 1, କଳାହାଣ୍ଡିରୁ 9, କନ୍ଧମାଳରୁ 1, କେନ୍ଦ୍ରାପଡାରୁ 3, ଖୋର୍ଦ୍ଧାରୁ 68 ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।
ଏହା ମଧ୍ୟ ପଢନ୍ତୁ-Fuel Price Update: କଣ ରହିଛି ଆଜିର ପେଟ୍ରୋଲ ଡିଜେଲ ଦର
ସେହିପରି କୋରାପୁଟରୁ 2, ମୟୂରଭଞ୍ଜରୁ 1, ନବରଙ୍ଗପୁରରୁ 14, ନୟାଗଡରୁ 16, ନୂଆପଡାରୁ 4, ପୁରୀରୁ 3, ରାୟଗଡାରୁ 2, ସମ୍ବଲପୁରରୁ 7, ସୋନପୁରରୁ 1, ସୁନ୍ଦରଗଡରୁ 21 ଓ ଷ୍ଟେଟପୋଲରୁ 8 ଜଣ ସଂକ୍ରମିତ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 28 ହଜାର 875ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1578 ସକ୍ରିୟ ମାମଲା ରହିଛି ।
ନୂଆ 375 ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 28 ହଜାର 875ଜଣ ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,32,58, 238 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ କୋରୋନା ସଂକ୍ରମଣ ହ୍ରାସ ପାଇଥିବା ବେଳେ ମୃତ୍ୟୁ ସଂଖ୍ୟା ମଧ୍ୟ ହ୍ରାସ ହୋଇଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି ।