ଓଡିଶା

odisha

ETV Bharat / city

Odisha Corona Report: ଦିନକରେ ଚିହ୍ନଟ ହେଲେ ୨୨୧ ଆକ୍ରାନ୍ତ, ୨ ମୃତ

ରାଜ୍ୟରେ ଦିନେ କମିଲେ ଦିନେ ବଢୁଛି କୋରୋନା ସଂକ୍ରମଣ (Corona cases) । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୧ କୋରୋନା ପଜିଟିଭ ( New corona cases) ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

ଦିନକରେ ଚିହ୍ନଟ ହେଲେ ୨୨୧ ଆକ୍ରାନ୍ତ
ଦିନକରେ ଚିହ୍ନଟ ହେଲେ ୨୨୧ ଆକ୍ରାନ୍ତ

By

Published : Dec 29, 2021, 10:33 AM IST

ଭୁବନେଶ୍ବର:ରାଜ୍ୟରେ ଦିନେ କମିଲେ ଦିନେ ବଢୁଛି କୋରୋନା ସଂକ୍ରମଣ (Corona cases) । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୨୨୧ କୋରୋନା ପଜିଟିଭ ( New corona cases) ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ ୩୪ଜଣ ୧୮ ବର୍ଷରୁ କମ୍ ଶିଶୁ ଓ କିଶୋର-କିଶୋରୀ କୋରୋନାରେ ସଂକ୍ରମିତ ହୋଇଛନ୍ତି । ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ କ୍ବାରେଣ୍ଟାଇନ ସେଣ୍ଟରରୁ ୧୨୯ ଜଣ ଥିବାବେଳେ ୯୨ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ଆଜି ୨ ଜଣଙ୍କ ଜୀବନ ନେଇଛି ମହାମାରୀ ।

ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୯୮ ଜଣ ଥିବାବେଳେ ବାଲେଶ୍ବରରୁ ୮, ବରଗଡରୁ ୧, ଭଦ୍ରକରୁ ୧, କଟକରୁ ୧୫, ଢେଙ୍କାନାଳରୁ ୩, ଗଜପତିରୁ ୨, ଗଞ୍ଜାମ ୨ ଜଗତସିଂହପୁରରୁ ୫, ଯାଜପୁରରୁ ୬, ଝାରସୁଗୁଡାରୁ ୫, କେନ୍ଦ୍ରାପଡ଼ାରୁ ୩, କେନ୍ଦୁଝରରୁ ୧, କୋରାପୁଟ ୨, ମୟୂରଭଞ୍ଜରୁ ୮, ନୟାଗଡରୁ ୩ , ନୂଆପଡା ୮, ପୁରୀରୁ ୬, ରାୟଗଡା ୧, ସମ୍ବଲପୁରରୁ ୨୧ , ସୋନପୁର ୧, ସୁନ୍ଦରଗଡରୁ ୭ ଏବଂ ଷ୍ଟେଟ ପୁଲ୍‌ରୁ ୨୧ କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦ ଲକ୍ଷ ୫୪ ହଜାର ୩୮୧ ରେ ପହଞ୍ଚିଛି ।

ଆଜିର ମୃତକଙ୍କୁ ମଧ୍ୟରୁ ଖୋର୍ଦ୍ଧା ଓ କୋରାପୁଟରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି । ଏହାକୁ ମିଶାଇ ଖୋର୍ଦ୍ଧାରେ ମୋଟ ମୃତ୍ୟୁ ସଂଖ୍ୟା ୧୬୦୦ ଓ କୋରାପୁଟରେ ୮୦ରେ ପହଞ୍ଚିଛି । ଏହାକୁ ମିଶାଇ ଏଯାବତ ରାଜ୍ୟରେ ମୋଟ ୮ ହଜାର ୪୫୭ଜଣ କୋରୋନାରେ ଆଖି ବୁଜିଲେଣି । ସେପଟେ କୋରୋନାର ନୂଆ ଭାରିଆଣ୍ଟ ମାମଲା ବି ବୃଦ୍ଧି ହେଉଛି । ଆଜି ଆଉ ଜଣେ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ ମାମଲା ୯ କୁ ବୃଦ୍ଧି ହୋଇଛି । ବର୍ତ୍ତମାନ ସ୍ଥିତିରେ କେବଳ ଟୀକାକରଣ ଓ ସଚେତନତା ହିଁ ସାହା । ରାଜ୍ୟରେ ମୋଟ ୨ କୋଟି ଟୀକାକରଣ ପାର ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details