ଓଡିଶା

odisha

ETV Bharat / city

Odisha Corona Death Report: ୯ ହଜାର ମୁହାଁ ମୃତ୍ୟୁସଂଖ୍ୟା, ଆଖି ବୁଜିଲେ ଆଉ ୨୨ ଆକ୍ରାନ୍ତ - କୋରୋନା ଜନିତ ମୃତ୍ୟୁସଂଖ୍ୟା

ରାଜ୍ୟରେ ଉପରମୁହାଁ ରହିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ରିପୋର୍ଟ ଅନୁସାରେ ଆଜି (ମଙ୍ଗଳବାର) ରାଜ୍ୟରେ ଆଉ ୨୨ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ଅଧିକ ପଢନ୍ତୁ

୯ ହଜାର ମୁହାଁ ମୃତ୍ୟୁସଂଖ୍ୟା
୯ ହଜାର ମୁହାଁ ମୃତ୍ୟୁସଂଖ୍ୟା

By

Published : Feb 15, 2022, 9:17 AM IST

Updated : Feb 15, 2022, 10:24 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି ସଂକ୍ରମଣ କମୁନି ମୃତ୍ୟୁସଂଖ୍ୟା । ଉପରମୁହାଁ ରହିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା । ଲଗାତାର ବଢି ଚାଲିଛି କୋରୋନା ଜନିତ ମୃତ୍ୟୁସଂଖ୍ୟା ଏବେ ୯ ହଜାର ମୁହାଁ ହୋଇଛି । ସ୍ବାସ୍ଥ୍ୟ ବିଭାଗର ରିପୋର୍ଟ ଅନୁସାରେ ଗତକାଲି ୨୦ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଆଜି (ମଙ୍ଗଳବାର) ରାଜ୍ୟରେ ଆଉ ୨୨ ଜଣଙ୍କ ଜୀବନ ନେଇଛି ମହାମାରୀ କୋରୋନା । ମୃତ୍ୟୁ ରିପୋର୍ଟକୁ ଆଧାର କରି ରାଜ୍ୟରେ ମୋଟ ମୃତ୍ୟୁସଂଖ୍ୟା ୮୯୨୬କୁ ବୃଦ୍ଧି ହୋଇଛି ।

ରିପୋର୍ଟ ଅନୁସାରେ ଆଜିର ମୃତକଙ୍କ ମଧ୍ୟରେ ବାଲେଶ୍ବରରୁ ସର୍ବାଧିକ ୬ ଜଣ ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଛି । ଖୋର୍ଦ୍ଧା ଓ ବୌଦ୍ଧରୁ ୫ଜଣ ସଂକ୍ରମିତଙ୍କ ମୃତ୍ୟୁ ହୋଇଥିବାବେଳେ ଢେଙ୍କାନାଳ ଓ କଟକରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ମୟୂରଭଞ୍ଜରୁ ୨ଜଣ ଭଦ୍ରକ, ଯାଜପୁର ଓ ନୟାଗଡରୁ ଜଣେ ଲେଖାଏଁ ଆକ୍ରାନ୍ତ ଆଖି ବୁଜିଛନ୍ତି ।

ପ୍ରକାଶ ଥାଉ କି, ରାଜ୍ୟରେ ୨୪ ଘଣ୍ଟାରେ ୯୨୫ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ୧୨ ଲକ୍ଷ ୫୯ ହଜାର ୭୯୬ରେ ପହଞ୍ଚିଥିବା ରାଜ୍ୟ ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । କିଛି ଦିନ ହେବେ ବାହାରୁଥିବା ପଜିଟିଭ ସଂଖ୍ୟା କମିଛି ହେଲେ ମୃତ୍ୟୁସଂଖ୍ୟା ବଢିବାରେ ଲାଗିଛି ।

ବ୍ୟୁରୋ ରିପୋର୍ଟ,ଇଟିଭି ଭାରତ

Last Updated : Feb 15, 2022, 10:24 AM IST

ABOUT THE AUTHOR

...view details