ଓଡିଶା

odisha

ETV Bharat / city

Odisha Covid Cases: ପୁଣି 203 ସଂକ୍ରମିତ ଚିହ୍ନଟ - କୋରୋନା ପଜିଟିଭ

ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 203 ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଅଧିକ ପଢନ୍ତୁ

Odisha Covid Cases: ପୁଣି 203 ସଂକ୍ରମିତ ଚିହ୍ନଟ
Odisha Covid Cases: ପୁଣି 203 ସଂକ୍ରମିତ ଚିହ୍ନଟ

By

Published : Sep 30, 2022, 10:10 AM IST

ଭୁବନେଶ୍ବର: ରାଜ୍ୟରେ କମୁଛି ବଢୁଛି କୋରୋନା ଦୈନିକ ସଂକ୍ରମଣ । ଗତ 24 ଘଣ୍ଟାରେ ରାଜ୍ୟରେ ଆଉ 203 ଜଣ ନୂଆ କୋରୋନା (COVID-19) ପଜିଟିଭ ଚିହ୍ନଟ ହୋଇଛନ୍ତି (Odisha Reports 203 new Covid Cases) । ନୂଆ ସଂକ୍ରମିତଙ୍କ ମଧ୍ୟରୁ 119 ସଂକ୍ରମିତ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବାବେଳେ 84ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେଥିମଧ୍ୟରୁ 20 କିଶୋର ଆକ୍ରାନ୍ତ ହୋଇଛନ୍ତି ।

ଆଜି ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୋଳରୁ 1, ବାଲେଶ୍ବରରୁ 12, ବରଗଡରୁ 2, ଭଦ୍ରକରୁ 2, ବଲାଙ୍ଗୀରରୁ 2, କଟକରୁ 19, ଦେବଗଡରୁ 2, ଗଜପତିରୁ 6, ଗଞ୍ଜାମରୁ 4, ଜଗତସିଂହପୁରରୁ 9, ଯାଜପୁରରୁ 4, ଝାରସୁଗୁଡାରୁ 1,କଳାହାଣ୍ଡିରୁ 4, କନ୍ଧମାଳରୁ 2, କେନ୍ଦ୍ରାପଡାରୁ 1, କେନ୍ଦୁଝରରୁ 4, ଖୋର୍ଦ୍ଧାରୁ 46 ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜରୁ 11, ନବରଙ୍ଗପୁରରୁ 3, ନୟାଗଡରୁ 5, ନୂଆପଡାରୁ 3, ପୁରୀରୁ 9, ରାୟଗଡାରୁ 1, ସମ୍ବଲପୁରରୁ 12, ସୋନପୁରରୁ 3, ସୁନ୍ଦରଗଡରୁ 25 ଓ ଷ୍ଟେଟପୋଲରୁ 10 ଜଣ ସଂକ୍ରମିତ ହୋଇଛନ୍ତି ।

ଏହା ମଧ୍ୟ ପଢନ୍ତୁ- Vegetable Price: ଆଜିର ପନିପରିବା ଦର

ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 13 ଲକ୍ଷ 34 ହଜାର 90ରେ ପହଞ୍ଚିଛି । ବର୍ତ୍ତମାନ ରାଜ୍ୟରେ 1407 ସକ୍ରିୟ ମାମଲା ରହିଛି । ନୂଆ 181ଜଣ ସଂକ୍ରମିତ ସୁସ୍ଥ ହୋଇଛନ୍ତି । ସମୁଦାୟ 13 ଲକ୍ଷ 23 ହଜାର 437 ସୁସ୍ଥ ହୋଇଛନ୍ତି । ବର୍ତ୍ତମାନ ସୁଦ୍ଧା 3,35, 76,833 କୋରୋନା ପରୀକ୍ଷା କରାଯାଇଛି । ବର୍ତ୍ତମାନ ରାଜ୍ୟରେ ଆଗ ଅପେକ୍ଷା ସଂକ୍ରମଣ କମିଛି । ଯାହା ରାଜ୍ୟବାସୀଙ୍କୁ ଆଶ୍ବସ୍ତି ଦେଇଛି । ହେଲେ ସତର୍କତା ଅବଲମ୍ବନ ନ କଲେ ପୁଣି ବିପଦ କଡ ଲେଉଟାଇପାରେ ।

ABOUT THE AUTHOR

...view details