ଭୁବନେଶ୍ବର: କିଛି ମାସର ବ୍ୟବଧାନ ପରେ ପୁଣି ମାଡିଲା କୋରୋନା । ରାଜ୍ୟବାସୀଙ୍କୁ ପୁଣି ଡରାଇଲାଣି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା । ୩ଅଙ୍କ ପରିବର୍ତ୍ତେ ଏବେ ସଂକ୍ରମଣ ୪ଅଙ୍କ ପାର କରୁଛି । ୨୪ ଘଣ୍ଟା ମଧ୍ୟରେ ଓଡିଶାରୁ ପୁଣି ୧୮୯୭ କୋରୋନା ଆକ୍ରାନ୍ତ ଚିହ୍ନଟ। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୫୮ କିଶୋର କିଶୋରୀ ରହିଥିବା ବେଳେ ୧୧୦୬ କ୍ବାରେଣ୍ଟାଇନ ସେଣ୍ଟର ଓ ୭୯୧ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି ।
Odisha Corona Report: ଦିନକରେ ୧୮୯୭ ପଜିଟିଭ ଚିହ୍ନଟ - ଓଡିଶା କୋରୋନା ସଂକ୍ରମଣ
ରାଜ୍ୟବାସୀଙ୍କୁ ପୁଣି ଡରାଇଲାଣି ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା (Odisha corona cases) । ୨୪ ଘଣ୍ଟା ମଧ୍ୟରେ ଓଡିଶାରୁ ପୁଣି ୧୮୯୭ କୋରୋନା ଆକ୍ରାନ୍ତ ଚିହ୍ନଟ । ଅଧିକ ପଢନ୍ତୁ
ଚିହ୍ନଟ ସଂକ୍ରମିତଙ୍କ ମଧ୍ୟରେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୬୬୯ଟି ମାମଲା ରହିଛି । ସେହିପରି ଅନୁଗୋଳରୁ ୩, ବାଲେଶ୍ବରରୁ ୧୦୦, ବରଗଡରୁ ୧୬, ଭଦ୍ରକରୁ ୭, ବଲାଙ୍ଗୀରରୁ ୬, ବୌଦ୍ଧରୁ ୩, କଟକରୁ ୧୪୮, ଦେବଗଡରୁ ୧୬, ଢେଙ୍କାନାଳରୁ ୪, ଗଜପତିରୁ ୨, ଗଞ୍ଜାମରୁ ୩୪, ଜଗତସିଂହପୁରରୁ ୧୯, ଯାଜପୁରରୁ ୩୦, ଝାରସୁଗୁଡାରୁ ୬୬, କଳାହାଣ୍ଡିରୁ ୧୪, କନ୍ଧମାଳରୁ ୧, କେନ୍ଦ୍ରାପଡାରୁ ୨, କେନ୍ଦୁଝରରୁ ୩୧, କୋରାପୁଟରୁ ୧୫, ମାଲକାନଗିରିରୁ ୧, ମୟୂରଭଞ୍ଜରୁ ୪୦, ନବରଙ୍ଗପୁରରୁ ୨୫, ନୟାଗଡରୁ ୧୪, ନୂଆପଡାରୁ ୧୨, ପୁରୀରୁ ୫୪, ରାୟଗଡାରୁ ୭, ସମ୍ବଲପୁରରୁ ୧୨୫୯, ସୋନପୁରରୁ ୧୩, ସୁନ୍ଦରଗଡରୁ ୨୬୨ ଓ ଷ୍ଟେଟପୁଲରୁ ୧୫୮ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ କୋରୋନା ସଂକ୍ରମିତଙ୍କ ସଂଖ୍ୟା ୧୦,୫୯,୭୭୩ରେ ପହଞ୍ଚିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ